Pratidin TV

Odisha's Digital News Platform

ପାକିସ୍ତାନୀ ଝିଅ ଭାରତ ବୋହୂ , ଦୀର୍ଘ ୫ ବର୍ଷ ଅପେକ୍ଷା ପରେ ପ୍ରେମ ପାଇଁ ପାର କଲେ ୱାଘା ବର୍ଡର …..

1 min read

ନୂଆଦିଲ୍ଲୀ ; ପ୍ରେମ ପାଇଁ ସୀମା ପାର କରିଥିବା ଖବର ଆପଣ ମାନେ ଅନେକ ଶୁଣିଥିବେ ଆଉ ଏହାର ଚର୍ଚ୍ଚା ମଧ୍ୟ ଅନେକ ହୋଇଥିବ । କିନ୍ତୁ ଏଇ ନିଆରା କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ କାରଣ ଏଇ ଯୋଡିଟି ନିଜ ପ୍ରେମକୁ ପାଇବା ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିଛନ୍ତି । କୌଣସି ଆଇନ୍ ଭାଙ୍ଗି ନୁହେଁ ବରଂ ଭାରତର ଆଇନ କାନୁନ୍‌କୁ ସମ୍ମାନ ଜଣାଇ ୫ ବର୍ଷ ଯାଏ ପାକିସ୍ତାନୀ ଝିଅରୁ ଭାରତ ବୋହୂ ବନିବାକୁ ଅନାଇ ବସିଥିଲେ । ଆଉ ଶେଷରେ ତାଙ୍କ ସ୍ୱପ୍ନ ପୂର୍ଣ୍ଣ ହୋଇଛି । ଏବେ ନିଜ ପ୍ରେମିକଙ୍କୁ ବାହା ହେବା ପାଇଁ ଭାରତ ଆସି ପହଞ୍ଚିଛନ୍ତି ଜଣେ ପାକିସ୍ତାନୀ ଯୁବତୀ । ଏହି ଯୁବତୀଙ୍କ ନାଁ ଜାଭେରିଆ ଖାନୁମ୍ (୨୧)। ଘର ପାକସ୍ତାନର କରାଚି ସହରରେ ।

ସମୀର ନାମକ ଜଣେ ଭାରତୀଙ୍କ ସହ ତାଙ୍କ ସୋସିଆଲ ମିଡିଆରେ ଚିହ୍ନା ହୋଇଥିଲା । ଏହା ସହ ଜାଭେରିଆ ଜର୍ମାନୀରେ ରହୁଥିଲା ବେଳେ ସମୀରଙ୍କ ସହ ତାଙ୍କର ଭେଟ ହୋଇଥିଲା ପରେ ବନ୍ଧୁତା ଓ ତାପରେ ପ୍ରେମରେ ବଦଳିଥିଲା ଦୁହିଁଙ୍କ ସ୍ୱପ୍ନ । ଜାଭେରିଆ ଏବଂ ସମୀର ୨୦୧୮ରୁ ପରସ୍ପରକୁ ଜାଣିଛନ୍ତି । ସମୀରଙ୍କୁ ବିବାହ କରିବା ପାଇଁ ଜାଭେରିଆ ନିଜ ଘରେ ଜଣାଇଥିଲେ । ଘରଲୋକ ରାଜି ହେବା ପରେ ଜାଭେରିଆ ମକବୁଲ୍ ନାମକ ଜଣେ ସାମ୍ବାଦିକ ଙ୍କ ସହାୟତାରେ ଭିସା ପାଇଁ ଉଦ୍ୟମ କରିଥିଲେ । ଶେଷରେ ଦୀର୍ଘ ଦିନର ଅପେକ୍ଷା ପରେ ଜାଭେରିଆଙ୍କୁ ଭାରତରେ ୪୫ ଦିନ ପାଇଁ ଭିସା ମିଳିଛି । ଏହି ୪୫ ଦିନ ମଧ୍ୟରେ ଜାଭେରିଆ ସମୀରଙ୍କୁ ବିବାହ କରି ପାକିସ୍ତାନ ଫେରିଯିବାକୁ ନିସ୍ପତି ନେଇଛନ୍ତି ।

Advertisement

ଆସନ୍ତା ମାସରେ ଜାଭେରିଆ ଏବଂ ସମୀର ବିବାହ କରିବେ । ଜର୍ମାନୀ, ସ୍ପେନ୍, ଆଫ୍ରିକାରେ ରହୁଥିବା ଜାଭେରିଆଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ବାହାଘରକୁ ଆସିବେ ଜଣାପଡ଼ିଛି । ତେବେ ବିବହା କରି ଫେରିବା ପରେ ଜାଭେରିଆ ପୁଣି ପାକିସ୍ତନରୁ ଭାରତକୁ ଆସବା ପାଇଁ ଦୀର୍ଘ ଦିନର ଭିସା ପାଇଁ ଉଦ୍ୟମ କରିବେ ବୋଲି ଭାରତୀୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଦୁହିଁଙ୍କୁ ଏଭଳି ପ୍ରେମକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ମଙ୍ଗଳବାର ବିମାନବନ୍ଦରରେ ଜାଭେରିଆ ପହଂଚିବା ପରେ ତାଙ୍କୁ ପାଛୋଟି ନେବା ପାଇଁ ତାଙ୍କ ପ୍ରେମିକ ବା ଭାବି ସ୍ୱାମୀ ସମୀର ଖାନ୍ । ସାଥୀରେ ତାଙ୍କ ଭାବି ଶ୍ୱଶୁର ଅହମ୍ମଦ କମାଲ ଖାନ ମଧ୍ୟ ଥିଲେ । ଦୀର୍ଘ ସମୟ ଧରି ଜାଭେରିଆ, ଭାରତ ଆସିବା ପାଇଁ ଉଦ୍ୟମ କରୁଥିଲେ । ହେଲେ ଭିସା ମିଳୁନଥିଲା । ପ୍ରଥମେ କରୋନା କଟକଣା ଏବଂ ପରବର୍ତୀ ସମୟରେ ଦୁଇ ଦୁଇ ଥର ଭିସା ରଦ୍ଧ ହୋଇଥିଲା । କିନ୍ତୁ ଏବେତାଙ୍କୁ ୪୫ ଦିନର ଅନୁମତି ମିଳିଛି ।

Leave a Reply

Your email address will not be published. Required fields are marked *