Pratidin TV

Odisha's Digital News Platform

ମିଳୁନି ବିଧବା ଭତ୍ତା,ଅସହାୟ ଅବସ୍ଥାରେ ବିତୁଛି ୨ ମହିଳାଙ୍କ ଜୀବନ..

1 min read

ପୁରୀ : ଭତ୍ତା ପାଇଁ ବାରଦୁଆର ଦୁଇ ଅସହାୟ ବିଧବା ମହିଳା । ନା ସେମାନଙ୍କ କଥା ପ୍ରଶାସନ ଶୁଣିଛି ନା ଜନପ୍ରତିନିଧି । ୱାର୍ଡ ମେମ୍ୱରଙ୍କ ଠୁ ସରପଞ୍ଚ ସମସ୍ତଙ୍କୁ କହିସାରିଲେଣି ।ପ୍ରଶାସନିକ ବାବୁ ମାନଙ୍କୁ ଗୁହାରି କଲେ ହେଲେ ଫଳ ଶୂନ । ସମସ୍ତେ ହଁ ହୋଇଯିବ କହି ଦିନପରେ ଦିନ ଗଡେଇ ଚାଲିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଘରେ କେହି ରୋଜଗାରିଆ ବ୍ୟକ୍ତି ନଥିବାରୁ ବହୁ କଷ୍ଟରେ ଜୀବନ ଜିଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ କଣାସ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳିପଡା ଗ୍ରାମର ସୋବି ସାହୁ ଓ ଟିକିନା ଭୋଇ । ଟିକିନା ଙ୍କ ସ୍ୱାମୀ ର ତିନିବର୍ଷ ତଳେ ମୃତ୍ୟୁ ହୋଇଥିଲା । ସେବେଠାରୁ ସେ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଲିପାରୁନି । କେଉଁଠି ତ୍ରୁଟି ରହିଲା ସେ ବୁଝିପାରୁ ନାହାନ୍ତି । କାହିଁକି ସେ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ଅଭିଯ୍ଧେଜ୍ଞ କରିଛନ୍ତି । ପୁଅଝିଅ ତାଙ୍କର କେହି ନାହନ୍ତି ଏବେ ସେ ଏକାକୀ ଜୀବନ କାଟୁଛନ୍ତି ।

ବ୍ଲକ୍ ଅଫିସ କୁ ଦୌଡୁଥିଲେ ବି ଭତ୍ତା ତାଙ୍କ ପାଇଁ ସତ ସପନ ପାଲଟିଛି । ସେହଭଳି ସେହିି ଗାଆଁ ଆଉ ଜଣେ ଅସହାୟ ମହିଳା ହେଉଛନ୍ତି ଶୋବି ସାହୁ । ବୟସ ତାଙ୍କୁ ୬୫ ଡେଇଁଲାଣୀ । ସ୍ୱାମୀଙ୍କ ମାରିବାର ବର୍ଷେ ପୂରିଲାଣୀ । ହେଲେ ଭତ୍ତା ପାଇଁ ଦୌଡ଼ିଦୌଡ଼ି ସେ ନୟାନ୍ତ ହେଲେଣି । ଟିକିନାଙ୍କ ଭଳି ସୋବିଙ୍କର ମଧ୍ୟ ସମାନ ଦଶା । ସମସ୍ତେ ତାଙ୍କୁ ମିଠା କଥା କହି ବଡ଼ ଆଶା ଦେଖାଇ ଫେରାଇ ଦେଇଛନ୍ତି ବୋଲି କାନ୍ଦି କାନ୍ଦି କହୁଛନ୍ତି । ଭଙ୍ଗା ଦଦରା ଘରେ ନିଜର ଏକ ମାତ୍ର ନାବାଳକ ପୁଅକୁ ଧରି ବହୁ କଷ୍ଟରେ ଦିନ କାଟୁଛନ୍ତି ସୋବି ।

Advertisement

କାନ୍ଦି କାନ୍ଦି ନିଜ ଜୀବନର ଦୁଃଖ ବଖାଣୁଛନ୍ତି । ୱାର୍ଡ ମେମ୍ବରଙ୍କ ଠୁ ସରପଞ୍ଚ ପର୍ଯ୍ୟନ୍ତ ନିଜ ଗାଆଁ ରେ ଅସହାୟ ଅବସ୍ଥାରେ ରହିଥିବା ଲୋକମାନଙ୍କୁ ଦେଖିପାରୁନାହାନ୍ତି କେମିତି । ନା ରାଜନୈତିକ ପସାପାଲିରେ ବଳି ପଡୁଛନ୍ତି ଏହି ଦୁଇ ମହିଳା । ଏ ସମ୍ପର୍କରେ ବିଡ଼ିଓ ନାରାୟଣ ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଉଭୟ ମହିଳା ବ୍ଲକ୍ ଅଫିସ ଆସନ୍ତୁ । କଣ ହେଇଛି ପଚାରିବୁଝି ସମାଧାନ କରାଯିବ । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଦୁଇ ବିଧବା ମହିଳାଙ୍କୁ ନ୍ୟାୟ ମିଳିବ ।

Leave a Reply

Your email address will not be published. Required fields are marked *