Pratidin TV

Odisha's Digital News Platform

ପଛରେ ପଡିଲେ ରାଶିଦ ଟି-୨୦ରେ ନମ୍ବର ୧କୁ ଆସିଲେ ଭାରତର ବୋଲର ରବି ବିଷ୍ଣୋଇ..

1 min read

ଭାରତୀୟ କ୍ରିକେଟ ଟିମର ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କ ଚତ୍ମକାର ପ୍ରଦର୍ଶନ । ଟପ ୫ରେ ଥିବା ବେଳେ ସିଧା ଆସି ପହଞ୍ଚିଲେ ୧ ନଂ । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ୫ଟି ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ ଜିତିଛନ୍ତି ଏକ ନମ୍ବର ସ୍ଥାନ । ଏହି କ୍ରମରେ ବିଷ୍ଣୋଇଙ୍କୁ ଟି-୨୦ ଫର୍ମାଟରେ ନମ୍ବର ୱାନ ବୋଲର ଭାବେ ରାଙ୍କ ମିଳିଛି । ସେ ଆଫଗାନିସ୍ତାନର ତାରକା ସ୍ପିନ ବୋଲର ରାଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । ଏହାସହ ରବି ବିଷ୍ଣୋଇ ଜସପ୍ରିତ ବୁମରାହଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବୁମରାହ ରାଙ୍କିଙ୍ଗରେ ନମ୍ବର ୱାନ ବୋଲର ରହିଥିଲେ । ବର୍ତ୍ତମାନ ସେ ସ୍ଥାନକୁ ଚାଲି ଯାଇଛନ୍ତି ରବି । ଆଇପିଏଲରେ ଲକ୍ଷ୍ନୌ ଜାଏଣ୍ଟସ ତରଫରୁ ଖେଳୁଥିବା ବିଷ୍ଣୋଇ ଗତ ସପ୍ତାହରେ ୫ମ ସ୍ଥାନରେ ଥିଲେ ।

ହେଲେ ଏକାଥରକେ ସେ ୫ଟି ପାହାଚ ଆଗକୁ ଆସି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରବି ବିଷ୍ଣୋଇ ଗତ ସପ୍ତାହରେ ୬୬୪ ରେଟିଂ ସହ ୫ମ ସ୍ଥାନରେ ଥିଷଲ । ହେଲେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଭଲ ପ୍ରଦର୍ଶନ ଥିଲା । ସେ ୫ଟି ମ୍ୟାଚରେ ୯ଟି ୱିକେଟ୍ ହାସଲ କରିଥିଲେ । ଏଥିରୁ ତାଙ୍କୁ ୩୪ ପଏଣ୍ଟ ମିଳିଥିଲା । ଏହାକୁ ମିଶାଇ ବିଷ୍ଣୋଇ ୬୯୯ ପଏଣ୍ଟରେ ପହଂଚିଛନ୍ତି । ତାଙ୍କ ଠାରୁ ୭ ପଏଣ୍ଟ କମରେ ରହିଛନ୍ତି ଆଫଗାନିସ୍ତାନର ସ୍ପିନ ବୋଲର ରାଶିଦ ଖାନ।

Advertisement

ରସିଦ ଖାନ୍ ୨୦୨୩ ମାର୍ଚ୍ଚ ମାସଠୁ ବିଶ୍ୱର ଏକ ନମ୍ବର ଟି-୨୦ ବୋଲର ରହିଥିଲେ । ଯାହାଙ୍କୁ ଆଜି ରବି ବିଷ୍ଣୋଇ ପଛରେ ପକାଇଦେଇଛନ୍ତି । ୨୦୨୨ରୁ ଅର୍ନ୍ତଜାତୀୟ ମ୍ୟାଚରେ ପର୍ଦପଣ କରିଥିଲେ ରବି ବିଷ୍ଣୋଇ । ଏପର୍ଯ୍ୟନ୍ତ ରବି ମୋଯ ୨୨ଟି ମ୍ୟାଚ ଖେଳି ୩୪ଟି ୱିକେଟ ନେଇସାରିଛନ୍ତି । ବିଷ୍ଣୋଇ ପ୍ରଥମ ସ୍ଥାନକୁ ଯାଇଥିବା ବେଳେ ୱିନ୍ଦୁ ହସରଙ୍ଗ (୬୭୯)ଦ୍ୱିତୀୟ, ଆଦିଲ ରାସିଦ(୬୭୯) ୩ୟ, ମହେଶ ତ୍ରିକ୍ଷଣ (୬୭୭) ୪ର୍ଥ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *