Pratidin TV

Odisha's Digital News Platform

କରନୀ ସେନାର ସଭାପତି ସୁଖଦେବ ସିଂହ ହତ୍ୟା ମାମଲା, ଚିହ୍ନଟ ହେଲେ ୨ ଅଭିଯୁକ୍ତ…

1 min read

ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗୁଳିକରି ହତ୍ୟା । ଚିହ୍ନଟ ହେଲେ ଦୁଇ ଅଭିଯୁକ୍ତ । ଜଣେ ଅଭିଯୁକ୍ତର ନାମ ରୋହିତ ରାଠୋର ସେ ନାଗଗର ମକ୍ରାନା ନିବାସୀ ହୋଇଥିବା ବେଳେ ଅନ୍ୟଜଣେ ହରିୟାଣା ମହେନ୍ଦ୍ର ଗଡର ନିତିନ ଫଉଜି ବୋଲି ଜଣାପଡିଛି । ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ସୁଖଦେବ ସିଂଙ୍କୁ ତାଙ୍କ ବାସଭବନରେ ଗୁଳି ମାରିଥିବା କରିଥିଲେ ।

ସୂଚନା ମୁତାବିକ ଗତକାଲି ଡିସେମ୍ବର ୫ ତାରିଖରେ ରାଜସ୍ଥାନ ଜୟପୁର ଦୁଇ ଆତତାୟୀ ପ୍ରଥମେ ପ୍ରଥମେ ସୁଖଦେବ ସିଂଙ୍କ ଘରକୁ ଆସିଥିଲେ । ସୂକଦେବ ସୋଫାର ଗୋଟିଏ ପାଶ୍ୱର୍ରେ ବସିଥିବା ବେଳେ ଉଭୟ ଅପର ପାଶ୍ୱରେ ବସି ରହିଥିଲେ । ଏବ ତାଙ୍କ ସହିତ ନବୀନ ଶେଖୱାଟ ମଧ୍ୟ ବସି ରହିଥିଲେ । ଚାରିଜଣ ନିଜ ନିଜ ଭିତରେ କଥା ହେଉଥିବା ବେଳେ ହଠାତ ସୁଖଦେବଙ୍କ ମୋବାଇଲକୁ ଏକ ଜରୁରୀ କଲ ଆସିଥିଲା । ଆଉ ସୁଖଦେବ କଲ ଉଠାଇବା ମାତ୍ରେ ନବିନଙ୍କ ସହ ଆସିଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ସୁଖଦେବଙ୍କୁ ଗୁଳି କରିଥିଲା । ପରେ ଅନ୍ୟ ଯୁନକ ମାନେ ମଧ୍ୟ ତାଙ୍କୁ ଗୁଳି ମାରିବା ଆରମ୍ଭ କରିଥିଲେ । ଏଥିସହ ଯୁବକ ମାନେ ନବିନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ପରେ ଦୁଇ ଅଭିଯୁକ୍ତ ସେଠାରୁମ୍ମ୍‌ଟ ମାରିଥିଲେ । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋଗାମେଡିଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଜ୍ଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୟପୁର ପୋଲିସ କମିଶନରଙ୍କ ଅନୁଯାୟୀ ଏହି ଘଟଣା ସୁଖଦେବଙ୍କ ଘରେ ଲାଗିଥିବା ସିସଟିଭିରେ କଏଦ ହୋଇଥିଲା । ସମଗ୍ର ଘଟଣାରେ ୧୭ଟି ଗୁଳିିବିନିମୟ ହୋଇଥିଲା ।

Advertisement

ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫଙ୍କ ଅନୁଯାୟୀ, ଏହି ଘଟଣା ସୁଖଦେବଙ୍କ ଘରେ ସ୍ଥାପିତ ସିସିଟିଭିରେ କଏଦ ହୋଇଛି । ୨୦ ସେକେଣ୍ଡ ମଧ୍ୟରେ ୬ ଟି ଗୁଳି ଫିଙ୍ଗିଥିବା ଜଣାପଡିଛି । ଏଥିସହିତ ସମଗ୍ର ଘଟଣାରେ ମୋଟ ୧୭ ଟି ଗୁଳି ବିନିମୟ ହୋଇଥିଲା । ସେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଏକ ଏସୟୁଭି କାରରେ ଆସିଥିଲେ, ଯାହାକୁ ପୋଲିସ ଗୋଗାମେଡିଙ୍କ ଘର ବାହାରେ ଉଦ୍ଧାର କରିଛି । ସେହି କାରରୁ ଏକ ବ୍ୟାଗ, ମଦ ବୋତଲ ଏବଂ ଖାଲି ଗ୍ଲାସ ମିଳିଥିଲା । ଘଟଣା ପରେ, ୠଝଖ ଟିମ୍ ସହାୟତାରେ ଗୁଳି ଚଳାଇବା ସ୍ଥାନରୁ ଯଥା ଘଟଣା ସ୍ଥଳରୁ ସମସ୍ତ ପ୍ରକାର ପ୍ରମାଣ ସଂଗ୍ର.କରାଯାଇଛି । ସୁଖଦେବ ସିଂ ଗୋଗାମେଡି ହତ୍ୟା ପରେ ଡିଜିପି ଉମେଶ ମିଶ୍ର ସାରା ରାଜ୍ୟରେ ପୋଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟାକାରୀଙ୍କୁ ଧରିବାକୁ ବ୍ୟାରିକେଡି ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସ୍ୱତନ୍ତ୍ର ସଚେତନତା ସହିତ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ମଧ୍ୟ ବୃଦ୍ଧି କରିବାକୁ କୁହାଯାଇଛି । ପୋଲିସ ଏହି ଘଟଣାର ତୀକ୍ଷ୍ଣ ଅନୁସନ୍ଧାନ କରୁଛି ।

Leave a Reply

Your email address will not be published. Required fields are marked *