Pratidin TV

Odisha's Digital News Platform

ଆକ୍ରମଣର ଶିକାର ହେଲା ଯୋଡାମୁଣ୍ଡ ଶିଶୁ ଜଗା,ମୁଣ୍ଡରେ ଲାଗିଛି ଆଘାତ..

1 min read

ଫୁଲବାଣୀ : ଆକ୍ରମଣର ଶିକାର ହେଲା ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା। କେବଳ ଜଗା ନୁହେଁ ତା ବାପା ଭୂୟାଁ କହଁରଙ୍କ ଉପରକୁ ହୋଇଛି ଆକ୍ରମଣ। ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଥିବା ଜଣାଯାଇଛି। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକଟରେ ଦିନ ଦ୍ୱିପ୍ରହରରେ ଘଟିଛି ଏହି ଘଟଣା। ୯ ଦିନ ତଳେ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯିବା ସତ୍ତ୍ୱେ ପୋଲିସ ଚୁପ୍ ବସିଥିବା ଜଗାଙ୍କ ବାପା ଅଭିଯୋଗ କରିଛନ୍ତି। ଜଗାଙ୍କ ବାପା ଭୂୟାଁ କହଁରଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ସକାଳେ ଜଗା ସହିତ ସେ ଚା’ ପିଇବାକୁ ଯାଇଥିଲେ।

ମେଡ଼ିକାଲ ପରିସରରେ ସେ ବୁଲୁଥିବା ବେଳେ ଜଣେ ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ପାଖରେ ଥିବା ପୁଅ ଜଗା ଏହା ଦେଖି କାନ୍ଦିବାରୁ ଉକ୍ତ ଯୁବକ ଜଣକ ଜଗାକୁ ମଧ୍ୟ ଠେଲି ଦେଇଥିବା କହିଛନ୍ତି ଭୂୟାଁ କହଁର। ଫଳରେ ଜଗା ତଳେ ପଡ଼ିଯାଇଥିଲା ଏବଂ ତା’ର ମୁଣ୍ଡ ମାଡ଼ ହୋଇଥିଲା। ଯାହାଫଳରେ ତାକୁ ହସ୍ପିଟାଲକୁ ଆଣି ତା’ର ସିଟି ସ୍କାନ କରିବାକୁ ପଡ଼ିଥିଲା। ଏ ବାବଦରେ ଭୂୟାଁ କହଁର ଫୁଲବାଣୀ ଟାଉନ ଥାନାରେ ଲିଖିତ ଏତଲା ଦେବା ସହିତ ଘଟଣାକୁ ୮ ଦିନ ବିତିଯାଇଥିଲେ ବି ପୁଲିସ ଉକ୍ତ ଯୁବକକୁ ଗିରଫ କରିନାହିଁ। ଏନେଇ ସେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

Advertisement

Leave a Reply

Your email address will not be published. Required fields are marked *