Pratidin TV

Odisha's Digital News Platform

ପଡିଆ ମଝିରେ ଝଗଡା ଲାଗିଲେ ଗମ୍ଭୀର-ଶ୍ରୀସନ୍ଥ,ପରେ ଇନଷ୍ଟାଗ୍ରାମରେ ଲାଇଭ ଆସି ଗମ୍ଭୀରଙ୍କ ନାଁରେ ଅଭିଯୋଗ ଆଣିଲେ ଶ୍ରୀସନ୍ଥ..

1 min read

ପୁଣିଥରେ କ୍ରିକେଟ ମୈଦାନରେ ଦେଖାଦେଇଛି ବିବାଦ । ଆଜିକାଲି ଭାରତର ଅନେକ ସହରରେ କିମ୍ବଦନ୍ତୀ କ୍ରିକେଟ ଲିଗ ଅର୍ଥାତ ଏଲଏଲସି ଆୟୋଜିତ ହୋଇଛି । ଆର୍ନ୍ତଜାତୀୟ ସ୍ତରରେ ନିଜ ଦମ ଦେଖାଇ ସାରିଥିବା ବହୁ ପୂର୍ବତନ କ୍ରିକେଟର ଏଥିରେ ସାମିଲ ହୋଇଛନ୍ତି । ତେବେ ସୁରଟରେ ଡିସେମ୍ବର୬ରେ ମ୍ୟାଚ ଚାଲିଥିବା ବେଳେ ଭାରତର ୨ ପୂର୍ବତନ ଖେଳାଳି ମୁହାଁମୁହିଁ ହୋଇଛନ୍ତି । ଗୌତମ ଗମ୍ଭୀରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଇଣ୍ଡିଆ କ୍ୟାପିଟାଲ ଏବଂ ପାର୍ଥୀବ ପଟେଲଙ୍କ ଅଧ୍ୟକ୍ଷତା ଦଳ ଗଜୁରାଟ ଜିଆଣ୍ଟ୍ ଗତକାଲି ଆମ୍ନାସାମ୍ନା ହୋଇଥିଲେ । ଏହି ମ୍ୟାଚ୍ ସମୟରେ ଗୁଜୁରାଟ ଦଳ ପାଇଁ ଖେଳୁଥିବା ଗମ୍ଭୀର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ତଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅମ୍ପାୟାର ଆସି ସେମାନଙ୍କ ରଖିଥିବାବେଳେ ଏହି ମ୍ୟାଚ ସମୟରେ ଲାଗିଥିବା ଲଢ଼େଇର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏବେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲାଇଭ ଆସି ପ୍ରକୃତ କାରଣ କହିଛନ୍ତି ଶ୍ରୀସନ୍ଥ । ମ୍ୟାଚ ପରେ ଲାଇଭ ଭିଡିଓରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର ଏସ.ଶ୍ରୀସନ୍ଥ । ଗୌତମ ଗମ୍ଭୀରଙ୍କ ବିରୋଧରେ ବର୍ଷିଲେ ଶ୍ରୀସନ୍ଥ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି କି, ମ୍ୟାଚ ସମୟରେ ମୋତେ ବାରମ୍ଭାର ଗମ୍ଭୀର ଫିକ୍ସର ଫିକ୍ସର କହି ଚିଡ଼ାଇଥିଲେ । ଏପରକି ବହୁ ଅଶ୍ଳୀଳିନ ଭାଷା ମଧ୍ୟ ବ୍ୟବହାର କରି ମୋତେ ପଡ଼ିଆରେ ନିନ୍ଦିତ କରିଥିଲେ । ସେ କିଏ ? କାହିଁକି ମୋତେ ଏଭଳି କହିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀସନ୍ଥ । ବର୍ତ୍ତମାନ ଦୁଇ ଦିଗଜଙ୍କ କଳିକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଗମ୍ଭୀରଙ୍କ ପ୍ରଥମ ଘଟଣା ନୁହେଁ ପୂର୍ବରୁ ଗମ୍ଭୀର ମଧ୍ୟ ବିବାଦ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଆଇପିଏଲ ହେଉ ବା ଆନ୍ତର୍ଜାତୀୟ ମ୍ୟାଚ ସବୁବେଳେ ନିଜର ଆକ୍ରମଣାତ୍ମକ ଢ଼ଙ୍ଗ ପାଇଁ କଳି କରୁଥିବେ ଦେଖିବାକୁ ମିଳିଛି । ୨୦୨୩ ଆଇପିଏଲରେ ଗମ୍ଭୀର ଏବଂ ବିରାଟଙ୍କ କଳି ବେଶ ଚର୍ଚ୍ଚାରେ ରହିଥିଲା । ଏପରକି ପାକିସ୍ତାନ ବିପକ୍ଷରେ ମଧ୍ୟ ଅନେକଥର କଳି ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *