Pratidin TV

Odisha's Digital News Platform

ମହିଳାଙ୍କୁ ଜୀବନ ହାରିବା ପାଇଁ ପ୍ରର୍ବତ୍ତାଇଥିବା ଅଭିଯୋଗରେ ଗିରଫ ହେଲେ ପୁଷ୍ପା’ ଅଭିନେତା…

1 min read

ଗିରଫ ହେଲେ ପୁଷ୍ପା ଅଭିନେତା । ଜଣେ ମହିଳା କଳାକାରଙ୍କ ଆତ୍ମହତ୍ୟା ମାମଲାରେ ତେଲୁଗୁ ଅଭିନେତା ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ଆଜି ଗିରଫ କରାଯାଇଛି । ମୃତ ମହିଳାଙ୍କ ପିତା ହାଇଦ୍ରାବାଦରେ ଏକ ମାମଲା ଦାୟର କରିଥିଲେ । ଏହା ପରେ ପୋଲିସ ଅଭିନେତାଙ୍କୁ ଗିରଫ କରିଛି । ତେବେ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ପୁଷ୍ପା ୨ର ସୁଟିଂ ଚାଲିଛି । ସେଥିରେ ଅଲ୍ଲୁ ଅର୍ଜୁନଙ୍କ ସହଯୋଗୀ ଥିବା କେଶବ ବା ଅଭିନେତା ଜଗଦୀଶ ପ୍ରତାପ ଜଣେ ମହିଳା କଳାକାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ପୋଲିସ କହିଛି ଯେ ଜଗଦୀଶ ପି ବାନ୍ଦାରୀ ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ଫଟୋ ଲିକ୍ କରିଥିଲେ । ନଭେମ୍ବର ୨୭ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମହିଳା ଜଣଙ୍କ ଥିଲାବେଳେ ଅଭିନେତା ଜଗଦୀଶ ଲୁଚିକି ମହିଳାଙ୍କ ଭିଡିଓ ସୁଟ୍ କରିଥିଲେ । ପରେ ଏହି କ୍ଲିପକୁ ଭାଇରାଲ କରିଦେବାକୁ ଉକ୍ତ ମହିଳାଙ୍କୁ ଧମକଚମକ ଦେବା ସହ ବ୍ଲାକମେଲ କରିଥିଲେ। ଯେଉଁଥିପାଇଁ ମହିଳା ଜଣଙ୍କ ନଭେମ୍ବର ୨୯ ତାରିଖରେ ଜୀବନ ହାରିଥିଲେ । ଏହା ପରଠୁ ଜଗଦୀଶ ଫେରାର୍ ଥିଲେ । ଏହି ମାମଲାର ଅନୁସନ୍ଧାନ କରୁଥିବା ପୋଲିସ କିଛି ପ୍ରମାଣ ପାଇଛି । ପରେ ପୋଲିସ୍ ଅଭିନେତା ଜଗଦୀଶଙ୍କୁ ଖୋଜାଖୋଜି କରିବା ପରେ ଏବେ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Advertisement

Leave a Reply

Your email address will not be published. Required fields are marked *