(ଭିଡିଓ) ବ୍ୟାଟିଂ ସମୟରେ ହାତରେ ବଲ୍ କୁ ଅଟକାଇ ନିଜକୁ ନିଜେ ଆଉଟ୍ କଲେ ବ୍ୟାଟର…
1 min readକ୍ରିକେଟ ଇତିହାସରେ ଘଟିଲା ପ୍ରଥମ । ନିଜେ ନିଜକୁ ଆଉଟ୍ କଲେ ବ୍ୟାଟର । ବ୍ୟାଟିଂ କରୁଥିବା ସମୟରେ ହାତରେ ବଲ୍ କୁ ଅଟକାଇଦେଲେ । ଆଉ ଏହା ପରେ ଅମ୍ପାୟର ନେଲେ ଏମିତି ନିଷ୍ପତ୍ତି । ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଶେର-ଏ-ବାଂଲା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ର ପ୍ରଥମ ଦିନରେ ବାଂଲାଦେଶର ୱିକେଟକିପର ବ୍ୟାଟର ମୁଶଫିକୁର ରହିମ ଏକ ନୂଆ ଢଙ୍ଗରେ ଆଉଟ୍ ହୋଇ ନିଜ ନାମରେ ଏକ ଅଜବ ଏବଂ ଅଲୋଡ଼ା ରେକର୍ଡ କରିଛନ୍ତି । ପ୍ରଥମ ବାଂଲାଦେଶୀ ବ୍ୟାଟର ଭାବେ ସେ ‘ହ୍ୟାଣ୍ଡେଲିଂ ଦି ବଲ୍’ ନିୟମରେ ନିଜ ୱିକେଟ୍ ହରାଇଛନ୍ତି । ନ୍ୟୁଜିଲାଣ୍ଡ ଏବେ ବାଂଲାଦେଶ ଗସ୍ତରେ ରହି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳୁଛି । ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ବାଂଲାଦେଶ ବ୍ୟାଟିଂ କରୁଥିବାବେଳେ ଦଳର ୱିକେଟ୍କିପର-ବ୍ୟାଟର ମୁଶଫିକୁର ରହିମ୍ଙ୍କ ସହ ଏହି ଘଟଣା ଘଟିଥିଲା । ମୁଶଫିକୁର ୮୩ ବଲରେ ୩୫ ରନ ସ୍କୋର କରି ବ୍ୟାଟିଂ କରୁଥିଲେ । ମ୍ୟାଚ୍ର ୪୧ତମ ଓଭରରେ ନ୍ୟୁଜିଲାଣ୍ଡ ପେସର କାଇଲ୍ ଜେମସନଙ୍କ ଏକ ବଲକୁ ମୁଶଫିକର ରହିମ ଡିଫେନ୍ସ କରିଥିଲେ । ଏହାପରେ ତୁରନ୍ତ ବଲ୍ଟି ୱିକେଟ୍ ଆଡ଼କୁ ଯାଉଥିବା ଆଶଙ୍କା କରି ସେ ପୁଣିଥରେ ହାତରେ ବଲ୍କୁ ଅଟକାଇଥିଲେ । ଏହାପରେ ଜେମିସନ୍ଙ୍କ ସମେତ ନ୍ୟୁଜିଲାଣ୍ଡ ଫିଲ୍ଡରମାନେ ତୁରନ୍ତ ଅମ୍ପାୟାରଙ୍କ ନିକଟରେ ଅପିଲ କରିଥିଲେ । ଦୁଇ ଅନ୍ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସହ ଆଲୋଚନା କରି ମୁଶଫିକରଙ୍କୁ ଆଉଟ୍ ଘୋଷଣା କରିଥିଲେ ।