Pratidin TV

Odisha's Digital News Platform

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜ୍ ତଳେ ଫସିଥିବା ଯୁବକ ଉଦ୍ଧାର …..

1 min read

କଟକ ; ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜ୍ ତଳେ ଫସିଲେ ଯୁବକ । ଦୀର୍ଘ ଘଂଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଏଭଳି ଏକ ଅଭାବନୀୟ ଘଟଣା କଟକ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ତଳୁ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଂଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଥିଲେ । ବ୍ରିଜ୍ ଉପରେ ନିଜ ବାଇକ୍ ରଖି ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ରିଜ୍ ପିଲର ଦେଇ ତଳକୁ ଓହ୍ଲାଇ ଥିଲେ । ହେଲେ ସେଠାରୁ ଆଉ ପାଣିକୁ ଡେଇଁ ନପାରି ପିଲାର ମଝିରେ ଫସି ରହିଥିଲେ ।

ସ୍ଥାନୀୟ ଲୋକ ବାଙ୍କୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ତେବେ ଗତକାଲି ରାତି ୧୦ ଟା ସମୟରେ ଜାହାଙ୍ଗୀର ନିଜ ସାଙ୍ଗ ସହ ଗଣ୍ଡଗୋଳ ହେବାପରେ ଏଭଳି ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କ ସାଙ୍ଗର ପରିବାର ତାକୁ ଖୋଜାଖୋଜି କରୁଥିବାରୁ ସେ ବାଇକ୍ ଧରି ବାଙ୍କୀ ଚାଲି ଆସିଥିଲେ । ଇତି ମଧ୍ୟରେ ଅତ୍ୟଧିକ ଭୟଭୀତ ହୋଇ ଯାଇଥିବାରୁ ସେ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ। ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୁହନ୍ତିନି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ ।

https://www.youtube.com/watch?v=NWF3zHhaXSA

Leave a Reply

Your email address will not be published. Required fields are marked *