Pratidin TV

Odisha's Digital News Platform

ଶୁକ୍ରବାର ଠାରୁ ମିଜୋରାମର ମୂଖ୍ୟମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିବେ ପୂର୍ବତନ ଆଇପିଏସ୍ ଲାଲଦୁହୋମା…

1 min read

ଜୋରାମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଲାଲଦୁହୋମା ଶୁକ୍ରବାର ଦିନ ମିଜୋରାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଇଜୱାଲର ରାଜ ଭବନ କମ୍ପେ୍ଲକ୍ସରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ହରି ବାବୁ କାମ୍ବମ୍ପତୀ ଲାଲଦୁହୋମା ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରିଥିଲେ । ଏହାପୂର୍ବରୁ ବୁଧବାର ନିଜେ ଲାଲଦୁହୋମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଜେପିଏମ୍ ରାଜ୍ୟର ୪୦ ଟି ସିଟ୍ ମଧ୍ୟରୁ ୨୭ ଟି ଜିତି MNF ଏବଂ କଂଗ୍ରେସକୁ ପରାସ୍ତ କରିଛି । ପୂର୍ବତନ ଆଇପିଏସ୍ ଲାଲଦୁହୋମା ଜୋରାମ ନ୍ୟାସନାଲିଷ୍ଟ ପାର୍ଟି ନାମକ ଏକ ଦଳ ଗଠନ କରିଥିଲେ, ଯାହା ମାଧ୍ୟମରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ । ଅନ୍ୟପକ୍ଷରେ ଲାଲଡୁହୋମାଙ୍କ ଦଳ ରାଜ୍ୟର ଅନ୍ୟ ପାଞ୍ଚଟି ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରିଛି । ଯାହା ପରେ ସେହି ସହଯୋଗୀ ଦଳ ଏକ ରାଜନୈତିକ ଦଳରେ ପରିଣତ ହେଲା, ଯାହା ୨୦୧୭ ରେ ZPM ପାର୍ଟି ନାମରେ ସୃଷ୍ଟି ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *