Pratidin TV

Odisha's Digital News Platform

୧୯ ରେ ଓଡିଶା ବନ୍ଦ ଡାକରା : ନବ ନିର୍ମାଣ କୃଷକ ଓ ଛାତ୍ର ସଂଗଠନର ବଡ ପଦକ୍ଷପ

1 min read

ଭୁବନେଶ୍‌ୁର : ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୧୨ ଦିନ ବିତିଯାଇ ଥିଲେ ସୁଦ୍ଧା ଏଯାଏଁ କୌଣସି ଅଭିଯୁକ୍ତ ଧରାପଡିନାହାନ୍ତି । ଏନେଇ ରୁଚିକାଙ୍କ ମା କଲେଜ ସାମନାରେ ଧାରଣାରେ ବସିଥିବାବେଳେ ପୋଲିସ ଜବରଦସ୍ତି ଉଠାଇନେଇଥିଲା ।

ଏସବୁ ଘଟଣାକୁ ସାମ୍ନାରେ ରଖି ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା ୧୯ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦେଇଛି । ତା ପୂର୍ବରୁ ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ । ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି । ରୁଚିକାଙ୍କ ମା ମଧ୍ୟ ଓଡିଶା ବନ୍ଦ ସମର୍ଥନ ପାଇଁ ଆବେଦନ କରିଛନ୍ତି ।ତେବେ ଏହି ଧାରଣାରେ ସମସ୍ତ ରାଜନେତିକ ଦଳ ସାମିଲ ହେବା ପାଇଁ ସଂଗଠନର ମୁକ୍ୟ ଅକ୍ଷୟ କୁମାର ନିବେଦନ କରିଛନ୍ତି ।

Advertisement

ଏହାସହ ୧୪ ଓ ୧୫ ତାରିଖରେ କଲେଜ କଲେଜ ବୁଲି ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ସାମିଲ ହେବା ପାଇଁ ରୁଚିକାଙ୍କ ମା ଙ୍କ ସହ ନବ ର୍ନିମାଣ ଛାତ୍ର ସଂଗଠନ ମଧ୍ୟ ସାମିଲ ହେବ ।

Leave a Reply

Your email address will not be published. Required fields are marked *