ପ୍ରଶ୍ନପତ ଲିକ୍ ନେଇ ବାତିଲ ହେଲା ପରୀକ୍ଷା
1 min readସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପ୍ରଶ୍ନପତ୍ର ଲିକ୍ ନେଇ ବାତିଲ ହୋଇଛି ପରୀକ୍ଷା । ସୂଚନା ଅନୁଯାୟୀ ଯୁକ୍ତ ୩ ର ତୃତୀୟ ବର୍ଷର ପରୀକ୍ଷା ଚାଲିଥିଲା । ଆଜି ସକାଳୁ ଏଜୁକେସନ୍ ଅନର୍ସ ବିଭାଗର ପରୀକ୍ଷା ଚାଲିବା ପୂର୍ବରୁ ହିଁ ଭାଇରାଲ ହୋଇଯାଇଥିଲା ପ୍ରଶ୍ନପତ୍ର । ତେବେ ଭାଇରାଲ ହୋଇଥିବା ପ୍ରସ୍ନପତ୍ର ସହ ଅରଜିନାଲ ପ୍ରଶ୍ନପତ୍ର ସମ୍ପୂଣ୍ଣଭାବେ ମିଶୁଥିବାରୁ କତ୍ତୃପକ୍ଷଙ୍କ ନିର୍ଦ୍ଧେଶକ୍ରମେ ଆଜିର ହେବାକୁଥିବା ଏଜୁକେସନ ଅନର୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ତେବେ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା ସେ ନେଇ ତଦନ୍ତ ଚାଲିଛି । ଏବଂ ଏହାସହ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ପରବର୍ତ୍ତୀ ଅବସ୍ଥାରେ କେବେ ପରୀକ୍ଷା ହେବ ତାହା ଯଥାଶ୍ରୀଘ୍ର ଜଣାଇ ଦିଆଯିବା ନେଇ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ସୂଚନା ଦେଇଛନ୍ତି ।