Pratidin TV

Odisha's Digital News Platform

ଚେରମୂଳିର ଲେପରୁ ଲୋକଙ୍କ ଭଙ୍ଗା ହାଡକୁ ଯୋଡି ଦେଉଛନ୍ତି ବୈଦ୍ୟ ଶ୍ରୀଜେନା ଭୂୟାଁ..

1 min read

ଗଜପତି: ଆଜିର ଏହି ଡିଜିଟାଲ ଯୁଗରେ ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ବଡ ବଡ ରୋଗର ସମାଧାନ ହୋଇ ପାରୁଛି । ଯେକୌଣସି ରୋଗ ହେଲେ ଡାକ୍ତଙ୍କ ଠାରୁ ଆରମ୍ଭକରି ବିଭିନ୍ନ ମେସିନ ଏବଂ ଔଷଧ ସାହାଯ୍ୟରେ ସମସ୍ତ ପ୍ରକାରର ଚିକିତ୍ସା ସମ୍ଭବ ହୋଇ ପାରୁଛି । କିନ୍ତୁ ଅନେକ କ୍ଷେତ୍ରରେ ଡିଜିଟାଲ ଯୁଗର ଡାକ୍ତରମାନେ ହାର ମାନିଥିବା ବେଳେ ସେହି କ୍ଷେତ୍ରରେ ଚେର ମୂଳି ଔଷଧୀୟ ମାଧ୍ୟମରେ ଲୋକଙ୍କ ହାଡ ଯୋଡି ଜଣେ ବ୍ୟକ୍ତି ଛେଲାଗଡ ଅଞ୍ଚଳରେ ବେସ ସୁନାମ ଅର୍ଜନ କରିଛନ୍ତି । ଏହି ଡିଜିଟାଲ ଯୁଗର ଚେର ମୂଳି ଡାକ୍ତର ବା ଜଡିବୁଟି ବୈଦ୍ୟ ଭାବେ ବେଶ ପରିଚିତ ନାଁ ହେଉଛି ଶ୍ରୀଜେନା ଭୂୟାଁଙ୍କ । ସେ ଗଜପତି ଜିଲ୍ଲା ରା. ଉଦୟଗିରୀ ବ୍ଲକ ଅନ୍ତର୍ଗତ ଛେଲାଗଡ ଗ୍ରାମ ପଞ୍ଚାୟତ ନୂଆଁଗଡ ଗ୍ରାମର ବାସିନ୍ଦା । ତେବେ ଶ୍ରୀଜେନା ପେସାରେ ଜଣେ ଚାଷୀ କିନ୍ତୁ ନିଶା ହେଉଛି ତାଙ୍କ ଚେର ମୂଳି ବୈଦ୍ୟ ।

ଚାଷ କାମ କରି ଗୁଜରାଣ ମେଣ୍ଟାଇବା ସହ ଜଙ୍ଗଲକୁ ଯାଇ ବିଭିନ୍ନ ଗଛରୁ ଚେର ,ପତ୍ର,ଫୁଲ ଓ ଫଳ ସଂଗ୍ରହ କରି ଜଡିବୁଟି ଔଷଧ ପ୍ରସ୍ତୁତ କରିଥାନ୍ତି । ସେହି ଜଡିବୁଟି ଔଷଧ କୁ ଗରମ ପାଣିରେ ପକାଇ ଏକ ପ୍ରକାର ଅଠାଳିଆ ଲେପନ ପ୍ରସ୍ତୁତ କରିଥାନ୍ତି । ଦୁଇ ଖଣ୍ଡ ବାଉଁଶ କାଠି ଓ ପତଳା ଗଜ୍ କପଡାକୁ ନେଇ ହାଡ ଭାଙ୍ଗିଥିବା ସ୍ଥାନରେ ଲେପନ ଦେଇ ପଟି ବାନ୍ଧିଦିଅନ୍ତି । ସେ ଜଟିଳରୁ ଅତିଜଟିଳ ହାଡ ଭଙ୍ଗା ରୋଗୀଙ୍କୁ ବିନା ଏକ୍ସରେ ଚିକିତ୍ସା କରିଥାନ୍ତି । ଶ୍ରୀଜେନାଙ୍କ ହାତ ଗୁଣ କୁହନ୍ତୁ ଅବା ଔଷଧିୟ ଗୁଣରେ ଏହି ହାଡ ଭଙ୍ଗା ରୋଗୀମାନେ ଭଲ ହୋଇଯାଇଥାନ୍ତି ।

Advertisement

ଗାଡି ଦୁର୍ଘଟଣା ହେଉ ଅବା ଗଛରୁ ପଡି ହାଡ ଭାଙ୍ଗିବା କଥା କୁହନ୍ତୁ ସବୁଥିରେ ଖୋଜା ପଡିଥାନ୍ତି ନୂଆଗଡ ଗ୍ରାମର ଶ୍ରୀଜେନା ଭୂୟାଁ । ତାଙ୍କ ନିକଟକୁ ଅନେକ ଦୂର ଦୁରାନ୍ତରୁ ହାଡ ଭଙ୍ଗା ରୋଗୀକୁ ନେଇ ସଂପର୍କୀୟଙ୍କ ସୁଅ ଛୁଟିଥାଏ । ଛୋଟ କାଳରୁ ଏହି ବୈଦ୍ୟ କାମକରି ଆସୁଛନ୍ତି ଶ୍ରୀଜେନା । ଏହି ବୈଦ୍ୟ କାମ କରି ବିନା ପାରିଶ୍ରମିକରେ ଜନସେବା କରି ଅନେକ ସରକାରୀ ଓ ବେସରକାରୀ ସ୍ତରରେ ମାନପତ୍ର ପାଇ ସମ୍ନାନିତ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *