Pratidin TV

Odisha's Digital News Platform

ଗଭୀର ସମୁଦ୍ରରୁ ଧରା ହେଲା ୧୭ ଦାମୀ ମାଛ, ଲକ୍ଷାଧିକ ଦରରେ ହେଲା ବିକ୍ରି…

ପରାଦ୍ୱୀପ ସମୁଦ୍ରରୁ ଧରାପଡିଛି ୧୭ ଟି ବିରଳ ତେଲିଆ ବୋରେହି ମାଛ । ସମୁଦ୍ର କୂଳଠାରୁ ୨୦ ଫାଦାନ ଦୂରରେ ଧରାପଡଛି ଏହି ବିରଳ ତେଲିଆ ବୋରେହି ମାଛ । ବର୍ତ୍ତମାନ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ ବର୍ତ୍ତମାନ ସମୁଦ୍ର କୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ତେଣୁ ମତ୍ସଜୀବି ମାନେ ବୋଟ ସାହାର୍ଯ୍ୟରେ ଗଭୀର ସମୁଦ୍ର ମଧ୍ୟକୁ ଯାଇ ମାଛ ଧରୁଛନ୍ତି । ସେହିପରି ପାରାଦ୍ୱୀପ ନେହେରୁବଙ୍ଗଳା ସ୍ଥିତ ମାଛ ଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ଏକ ବୋଟ ମାଛ ଧରୁଥିବା ବେଳେ ଜାଲରେ ପଡିଥିଲା ଏହି ତେଲିଆ ବୋରେହି ମାଛ । ଏହି ମାଛର ଅନ୍ତ ମେଡିସିନ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଅଧିକ ବୋଲି ଜଣାପଡିଛି । ଗତକାଲି ରାତିରେ ପାର୍ବତୀ ବୋଟଟି ପାରାଦ୍ୱୀପରେ ପହଞ୍ଚିବା ପରେ ମାଛ ଗୁଡିକୁ ନେହେରୁବଙ୍ଗଳାରୁ ଅଠରବାଙ୍କି ବାଲିପ୍ଲଟ ଅଣାଯାଇ ନିଲାମ କରାଯାଇଥିଲା । କଲିକତାର ଏକ ମାଛ ବ୍ୟବସାୟୀ ଏହି ୧୭ ଟି ଯାକ ମାଛ କୁ ୨୫ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛକୁ ବର୍ତ୍ତମାନ ବରଫ ଦିଆଯାଇ ରଖାଯାଇଛି । ମାଛର ଅନ୍ତକୁ କାଢି ପ୍ୟାକିଂ କରାଯାଇ ମେଡିସିନ ଲାବୋରଟୋରୀକୁ ପଠାଯିବ ଏବଂ ମାଛକୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *