କେନାଲରେ ବୁଡି ନାବାଳକ ନିଖୋଜ ଘଟଣା, ଦୁଇମାସ ପରେ ଜଳପ୍ରପାତରୁ ମିଳିଲା ହାଡକଙ୍କାଳ…
1 min readଗତ ଅକ୍ଟୋବର ୮ ତାରିଖ ଦିନ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ର ପ୍ରସିଦ୍ଧ ଜଳପ୍ରପାତ ଉର୍ମାଗାଡ଼ ରେ ଖସିଯାଇ ନିଖୋଜ ହିଯାଇଥିବା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ରାଖାଲ ବେହେରା ଙ୍କ ଗଳିତ ଶବ ସହ ଶରୀରର ହାଡ଼ କଙ୍କାଳ ପ୍ରାୟ ଦୁଇମାସ ପରେ ଜଳପ୍ରପାତ ର ପ୍ରାୟ ପାଞ୍ଚସହ ମିଟର ତଳୁ ଏକ ପଥର ଖାଲ ଭିତରୁ ଗୋଛାପଡା ପୋଲିସ ଉଦ୍ଧାର କରିଛି ।
ସୂଚନା ଅନୁସାରେ ଗତ ଅକ୍ଟୋବର ଆଠ ତାରିକ ରବିବାର ଦିନ କଟ୍ରିଙ୍ଗିଆ ଗାଁର ଲିଙ୍ଗା ବେହେରାଙ୍କ ପୁଅ ରାଖାଲ ବେହେରା ତାଙ୍କର କିଛି ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ବୁଲାବୁଲି କରିବା ସମୟରେ ହଠାତ ଅସାବଧାନତା ଯୋଗୁଁ ରାଖାଲଙ୍କର ଗୋଡ଼ ଖସି ଯିବାରୁ ଜଳପ୍ରପାତରେ ବୁଡି ଯାଇ ନିଖୋଜ ହୋଇଥିଲେ । ଘଟଣାକୁ ନେଇ ମୃତ ରାଖାଲଙ୍କ ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ୍ୟ କରାଯାଇଥିଲା । ଅଭିଯୋଗ ପରେ ଗୋଛାପଡା ପୋଲିସ ସହ ବୌଦ୍ଧ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦମକଳ ବାହିନୀ, ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଁଚି ପ୍ରାୟ ଏଗାର ଦିନ ଯାଏ ଜଳପ୍ରପାତରେ ଖୋଜାଖୋଜି କରିଥିଲେ ମଧ୍ୟ୍ୟ ମୃତକ ନାବାଳକର କୌଣସି ପତ୍ତା ମିଳିନଥିଲା । ଅନ୍ୟପଟେ ନାବାଳକଙ୍କୁୁ ଖୋଜିବା ପାଇଁ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିଜସ୍ୱ ପ୍ରଚେଷ୍ଟା ରେ ଜଳପ୍ରପାତ ର ଉପରମୁଣ୍ଡରେ ଏକ ମାଟି ବନ୍ଧ ମଧ୍ୟ୍ୟ ବନ୍ଧା ଯାଇଥିଲା । ତଥାପି ମୃତ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା । ତେବେ ଗତ ଶନିବାର ଦିନ ଉର୍ମାଗାଡ଼ ଜଳପ୍ରପାତ ନିକଟରେ ଥିବା କାଣିବାଲି ଗାଁ ର କିଛି ଲୋକ ଜଳପ୍ରପାତର ତଳିଆ ଅଞ୍ଚଳକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏକ ପଥର ଖାଲ ଭିତରେ କିଛି ହାଡ଼ ଓ ମୁଣ୍ଡର ଖପୁରି ଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ବିଷୟରେ ମାଛଧରାଲି ମାନେ ମୃତ ନାବାଳକଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କୁ ଜଣାଇଥିଲେ । ମୃତକଙ୍କ ପରିବାର ଲୋକ ଗୋଛାପଡା ପୋଲିସକୁ ଖବର ଦେବା ପରେ ଗୋଛାପଡା ପୋଲିସ ଘଟଣା ସ୍ଥଳରେ ପହଁଚି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜଳପ୍ରପାତ ମଧ୍ୟ୍ୟରେ ଥିବା ପଥର ଖୋଲ ଭିତରୁ ମୃତ ନାବାଳକ ତ ଖଣ୍ଡ ବିଖଣ୍ଡିତ ହାଡ଼ କଙ୍କାଳ ସହ ନାବାଳକ ଜଣଙ୍କ ପିନ୍ଧିଥିବା ସାର୍ଟ ଜବାତ କରିଛି । ଅନ୍ୟପଟେ ଏହି ଘାଟଣାକୁ ନେଇ ଗୋଛାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ଅଧିକ ତଦନ୍ତ ଜାରୀ ଜାରି ରହିଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି ।