Pratidin TV

Odisha's Digital News Platform

ବିଜେପି କଲା ଘୋଷଣା ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ..

1 min read

୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ଧୀରେ ଧୀରେ ଘୋଷଣା କରୁଛି ବିଜେପି । ଗତକାଲି ଛତିଶଗଡର ଘୋଷଣା କରିଥିବା ବେଳେ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମରେ ସର୍ବଦଳୀୟ ସମ୍ମତି ମିଳିଛି । ମଧ୍ୟପ୍ରଦେଶରେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଜିତିବା ପରେ ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ମଧ୍ୟ ରହିବେ । ତେବେ ମୋହନ ଯାଦବ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି । ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ ।

ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏଥିସହ ମଧ୍ୟପ୍ରଦେଶ ବାଚସ୍ପତି ହେବେ ନରେନ୍ଦ୍ର ସିଂ ତୋମର । ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ତୋମର ହେବେ ବାଚସ୍ପତି । ବିଜେପି ବିଧାୟକ ଦଳ ବୈଠକରେ ତୋମରଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ୧୭ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଜେପି ୨୩୦ ବିଧାନସଭା ଆସନ ମଧ୍ୟରୁ ୧୬୩ ଜିତିଥିଲା । ଯେତେବେଳେ କି କଂଗ୍ରେସ ୬୬ ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ଥିଲା । ମଧ୍ୟପ୍ରଦେଶରେ ବିଜେପି ଗତ ଦୁଇ ଦଶକ ମଧ୍ୟରେ ୫ମ ଥର ପାଇଁ ସରକାର ଗଢିବାକୁ ଯାଉଛି । ଏହା ପୂର୍ବରୁ ୨୦୦୩, ୨୦୦୮, ୨୦୧୩ ଓ ୨୦୨୦ ରେ ବିଜେପି ସରକାର ଗଠନ କରି ସାରିଛି ।

Advertisement

Leave a Reply

Your email address will not be published. Required fields are marked *