Pratidin TV

Odisha's Digital News Platform

ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ BBCI, କ୍ରିକେଟ୍ ଅଷ୍ଟ୍ରେଲିଆ ଅପେକ୍ଷା ବିସିସିଆଇର ନେଟ୍ ମୂଲ୍ୟ ୨୮ ଗୁଣ ଅଧିକ…

1 min read

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଭାବରେ ମାନ୍ୟତା ପାଇଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହାର ବର୍ତ୍ତମାନର ନିଟ୍ ମୂଲ୍ୟର ପ୍ରକୃତ ଆକଳନ ଉନ୍ମୋଚିତ ହୋଇଛି ଯେଉଁଥିରେ ଦର୍ଶାଯାଇଛି ଯେ ଭାରତୀୟ ବୋର୍ଡ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କ ତୁଳନାରେ ୨୮ ଗୁଣ ଅଧିକ ରୋଜଗାର କରୁଛି । ଅର୍ଥାାତ ଭାରତ ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହୋଇଥିବା ବେଳେ ଏହି ତାଲିକାର ସ୍ୱତୀୟରେ ରହିଛି ଅଷ୍ଟ୍ରେଲିଆ । ଗତ ମାସରେ ଖେଳର ସବୁଠାରୁ ଧନୀ ବୋର୍ଡ, ବିସିସିଆଇର ନିଟ୍ ମୂଲ୍ୟ ୧୮,୭୦୦ କୋଟି ଟଙ୍କା ବା (୨.୨୫-ବିଲିୟନ) ରହିଛି । ସେପଟେ ଏକ ରିପୋର୍ଟ ଅନୁଯାୟୀ ଦ୍ୱିତୀୟ ସ୍ଥାନରେ ଥିବା କ୍ରିକେଟ୍ ଅଷ୍ଟ୍ରେଲିଆର ସମ୍ପତ୍ତି ୬୦୦ କୋଟି ବା (୭୯ ମିଲିୟନ୍ ଡଲାର) ବୋଲି ଜଣାପଡିଛି ।

ଅନେକ ଦେଶରେ, “ଖେଳ” ଶବ୍ଦ ବିଭିନ୍ନ ଖେଳ ଅନ୍ତର୍ଭୁକ୍ତ । ତେବେ, ଭାରତରେ ଏହାର ଅର୍ଥ ହେଉଛି କ୍ରିକେଟ୍‌,ଯାହା ୯୦% ରୁ ଅଧିକ ଲୋକ ପସନ୍ଦ କରନ୍ତି । ରିପୋର୍ଟରେ ଆହୁରି କୁହାଯାଇଛି ଯେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଷଷ୍ଠ ସ୍ଥାନରେ ରହିଛି । ଏହା ବିସିସିଆଇ ସମ୍ପତ୍ତି ମୂଲ୍ୟ ୪୭-ମିଲିୟନ ଡ଼ଲାର ରହିଛି । ଯାହା ୨.୦୯% ଅଟେ । ଡିସେମ୍ବର ୧୦ ରେ ଆରମ୍ଭ ହୋଇଥିବା ଭାରତ ଗସ୍ତରୁ CSAର ଆୟ କେତେ ବୃଦ୍ଧି ହେବ ତାହା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ସମୟରେ ଆଫ୍ରିକ୍ରୀୟ କ୍ରିକେଟ ବୋର୍ଡ ପ୍ରାୟ ୬୮.୭ ମିଲିୟନ ଡଲାର ରୋଜଗାର କରିବ ବୋଲି ଆଶା କରାଯାଉଛି । ଅର୍ଥାତ ଦକ୍ଷିଣ ଆଫ୍ରିକା ପ୍ରତି ମ୍ୟାଚ୍ ପାଇଁ ୮.୬-ମିଲିୟନ ଡ଼ଲାର,କିମ୍ବା ଦିନକୁ ୨.୨୯-ମିଲିୟନ ଡ଼ଲାର୍ ରୋଜଗାର କରିବ ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *