Pratidin TV

Odisha's Digital News Platform

ନିଆଁଲାଗି ଛାରଖାର ହୋଇଗଲା ଟାୟାର ଦୋକାନରେ, ହତାଶ ହୋଇ ବସିଛି ଦୋକାନୀ ଏବେ କରିବ କ’ଣ?

1 min read

ଭଦ୍ରକ: ଟାୟାର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଭଦ୍ରକ ସହର ଚରମ୍ପା ସ୍ଥିତ ଏକ ଟାୟାର ରିପ୍ୟାର ଦୋକାନ ଓ କବଡ଼ିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ନିଆଁର କୋପରେ ଦୋକାନଟି ସମ୍ପୂର୍ଣ୍ଣ ପାଉଁସ ହୋଇ ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପହଇ ନାହିଁ । ଦୋକାନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ହେଲେ ତା ପୂର୍ବରୁ ଦୋକାନରେ ଥିବା ସବୁ ନୂଆ ପୁରୁଣା ଟାୟାର ପୋଡି ପାଉଁସ ହୋଇ ଯାଇଛି । ଜନଗହଳିପୂର୍ଣ ଅଞ୍ଚଳ ହୋଇଥିବାରୁ ନିଆଁକୁ ଆୟତ୍ତ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଉଛି । ଅଗ୍ନିକାଣ୍ଡ ସକାଳ ସମୟ ରେ ହୋଇଥିବାରୁ ତାକୁ ଲାଗି ରହିଥିବା ଅନ୍ୟ ଦୋକାନ ଗୁଡିକୁ ଖାଲି କରାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଥିବା କୁହାଯାଉଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Advertisement

Leave a Reply

Your email address will not be published. Required fields are marked *