Pratidin TV

Odisha's Digital News Platform

ପୋଲିସ କବଜାରେ ବାଇକ ଲୁଟେରା,ଦାମୀବାଇକ ଚୋରୀ କରି ହେଉଥିଲା ମାଲାମାଲା..

1 min read

ସୁବର୍ଣ୍ଣପୁର: ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟି ଚାଲିଥିଲେ ଲୁଟେରା । ଲୋକଙ୍କ ବାଇକ ନେଇ ଚମ୍ପଟ ମାରୁଥିଲେ । ହେଲେ ଆଜି ଧରା ପଡ଼ିଛନ୍ତି ବାଇକ୍ ଚୋରି ରାକେଟ । ସୋନପୁର ପୋଲିସକୁ ମିଳିଛି ଏହି ବଡ ସଫଳତା ।୧୨ଟି ଚୋରି ବାଇକ୍ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀ । ଏନେଇ ଅତିରିକ୍ତ ଏସ୍‌ପି ହେମନ୍ତ ପାଢ଼ୀ ସୋନପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ବୀରମହାରାଜପୁର ଥାନା ଷଣ୍ଢା ଗ୍ରାମର ରାଜକିଶୋର ଡାଙ୍ଗଙ୍କ ଏକ ବାଇକ (ଓଆର୍ ୩୧– ୫୮୮୪) ଗତ ୮ ତାରିଖ ଦିନ ସୋନପୁର ଦୈନିକ ବଜାରରୁ ଚୋରି ହୋଇଥିଲା । ଏ ସମ୍ପର୍କରେ ରାଜକିଶୋର ସୋନପୁର ଥାନାରେ ଅଭିଯୋଗ କଲା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପାଖରେ ପହଞ୍ଚି ଥିଲା । ଏହି ଚୋରି ବାଇକ ଗୁଡ଼ିକ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ରାଉରକେଲା, କନ୍ଧମାଳ, ଅନୁଗୁଳ ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦିଆଯାଇଛି । ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *