Pratidin TV

Odisha's Digital News Platform

ନୃଶଂସ ଝିଅ ଭୁଲିଗଲା ସର୍ମ୍ପକ ; ରାଗରେ ବାପା ମୁହଁକୁ ଗରମ ପାଣି ଛାଟିଦେଲା ….

1 min read

ଭୁବନେଶ୍ୱର ; ଯିଏ ପିଲାଟି ଦିନୁ ବଢାଇ କୁଢାଇ ଅଳି ଅଝଟ ସହି ଝିଅକୁ ମଣିଷ କଲା ଆଜି ସେଇ ଝିଅ ବାପା ଉପରକୁ ଫୁଟୁଥିବା ଗରମ ପାଣି ଢାଳି ଆଖି ନଷ୍ଟ କରିଦେଲା । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କଳହର କରୁଣ ପରିଣତି। ନିଜର ଜନ୍ମକଲା ବାପା ମୁହଁକୁ ଗରମ ପାଣି ଢାଳିଦେଲା ଝିଅ । ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ । ଘଟଣାରେ ବାପା ରମେଶ ସାମଲ ଗୁରୁତର ଆହତ ହୋଇଛନ୍ତି । ରମେଶ ଙ୍କ ବାମପଟ ଆଖି ସମ୍ପୂର୍ଣ ଭାବେ ନଷ୍ଟ ହୋଇଛି । ପୋଲିସ ଝିଅ ଭାଗ୍ୟଲଷ୍ମୀ କୁ ଡାକି ପଚାରଉଚରା କରୁଛି ।

ଘଟଣାଟି ଏମିତି କି ଗତକାଲି କୌଣସି କଥାକୁ ନେଇ ରମେଶ ଓ ତାଙ୍କ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝିଅ ଭାଗ୍ୟଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଗରମ ପାଣି ଆଣି ବାପା ଉପରକୁ ଛାଟି ଦେଇଥିଲା। ଗରମ ପାଣି ରମେଶଙ୍କ ମୁହଁରେ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗରମ ପାଣି ପଡ଼ି ରମେଶଙ୍କର ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ବୋଲି ଡାକ୍ତର କହିଥିଲେ।

Advertisement

Leave a Reply

Your email address will not be published. Required fields are marked *