Pratidin TV

Odisha's Digital News Platform

ସମ୍ବଲପୁରରେ ଅଘଟଣ ; ବୋରୱେଲରେ ଫସିଛି ନବଜାତ ଶିଶୁର ଜୀବନ !

ସମ୍ବଲପୁର ; ବୋରୱେଲରେ ଫସିଛି ଶିଶୁର ଜୀବନ । ନଳକୂପ ପାଇଁ ଖୋଲାଯାଇଥିବା ଗାତରେ ଫସିଛି ନବଜାତ ଶିଶୁର ଜୀବନ । ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଘଟିଯାଇଛି ଏଭଳି ଅଘଟଣ ।

ସୂଚନା ଅନୁଯାୟୀ ରେଙ୍ଗାଲି ର ଲାରିପାଲି ଜଙ୍ଗଲରେ ଥିବା ଏକ ଖୋଲା ବରୱେଲ ଭିତରେ ଫସିଥିବା ଜଣେ ନବଜାତ ଶିଶୁ କୁ ଠାବ କରାଯାଇଛି । ଏହି ଶିଶୁକୁ କେହି ଜଣେ ମହିଳା ଜନ୍ମ ଦେବା ପରେ କୌଣସି କାରଣ ବଶତଃ ଲାରିପାଲି ଜଙ୍ଗଲରେ ଥିବା ଏକ ଖୋଲା ବୋରୱେଲ ଭିତରେ ଫିଙ୍କି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏପରିକି ନବଜାତ ଶିଶୁ କୁ ବରୱେଲ ଭିତରେ ଫିଙ୍କି ଦେବା ପରେ ବୋରୱେଲ ମୁହଁରେ ଏକ ପଥର ରଖି ବରୱେଲ ର ମୁହଁକୁ ବନ୍ଦ କରିଦେଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି । ତେବେ ବୋରୱେଲ ଭିତରେ ଥିବା ନବଜାତ ଶିଶୁର କାନ୍ଦଣା ଶବ୍ଦ ଶୁଣି ଘଟଣା ବିଷୟରେ ଆଜି ଅପରାର୍ହ୍ନ ରେ ଜଣା ପଡିବା ପରେ ନବଜାତ ଶିଶୁ କୁ ବୋରୱେଲ ଭିତରୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶ୍ରମ ସେବା କେନ୍ଦ୍ରର ଟିମ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ନବଜାତ ଶିଶୁ କୁ ବୋରୱେଲ ଭିତରୁ ଯେଉଁଭଳି ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ପାରିବ ସେନେଇ ଉଦ୍ୟମ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *