Pratidin TV

Odisha's Digital News Platform

(ଭିଡିଓ)ଜୀବିତ ଉଦ୍ଧାର ହେଲା ଶିଶୁକନ୍ୟା,ସଫଳ ଉଦ୍ଧାର ପାଇଁ ହୃଦୟରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

1 min read

ପରିତ୍ୟକ୍ତ ନଳକୂପରୁ ପଡିଥିବା ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୫ ଫୁଟ୍‌ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ ଟିମ୍‌ର କର୍ମଚାରୀଙ୍କ ପରିଶ୍ରମ ଯୋଗୁ ଏହା ସଫଳ ହୋଇପାରିଛି । ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି। ତେବେ ଶିଶୁଟି ଜୀବନ୍ତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ଶିଶୁଟିର ଦୀର୍ଘ ଜୀବନ କାମନା କରିଛନ୍ତି। ଭଗବାନ ଶିଶୁଟିକୁ ଆଶୀର୍ବାଦ କରନ୍ତୁ ବୋଲି କହିବା ସହ ଉଦ୍ଧାର କାମ କରୁଥିବା ODRAF, ଅଗ୍ନିଶମ, ଅନ୍ୟାନ୍ୟ ଉଦ୍ଧାରକାରୀ ଦଳର ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଶିଶୁଟିର ଉଦ୍ଧାର ପାଇଁ ODRAF, ଅଗ୍ନିଶମ ସେବା , ପ୍ରଶାସନ, ପୁଲିସ, ଡାକ୍ତରୀ ଦଳଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସମନ୍ୱିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ମୁଁ ଖୁସି ଯେ ଆମେ ମାର୍ଗଦର୍ଶିକା ସହିତ କାର୍ଯ୍ୟ କରୁଛି।

Advertisement

Leave a Reply

Your email address will not be published. Required fields are marked *