Pratidin TV

Odisha's Digital News Platform

ଆଜିଠୁ ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଚାଲିବ ନୂଆ ସରକାରଙ୍କ ରାଜ, ଆଉ କିଛି ସମୟର ଅପେକ୍ଷା..

1 min read

ସରିଲା ଅଙ୍କ କଷା । ଆଜି ଠାରୁ ୨ରାଜ୍ୟରେ ଆରମ୍ଭ ହେବ ନୂଆ ଶାସନ । ୫ଟି ରାଜ୍ୟ ୨ଟି ରାଜ୍ୟରେ ନୂଆ ସରକାର ଗଢି ସାରିଥିବା ବେଳେ ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ଆରମ୍ଭ ହେବ ନୂଆ ସରକାରଙ୍କ ରାଜ । ମଧ୍ୟପ୍ରଦେଶରେ ନୂଆ ସିଏମ ଭାବେ ମୋହନ ଯାଦବ ଏବଂ ଛତିଶଗଡର ନୂଆ ସିଏମ ଭାବେ ବିଷ୍ଣୁଦେଓ ସାଏ ଆଜି ଶପଥ ଗ୍ରହଣ କରିବେ । ପ୍ରଥମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବେ । ତାଙ୍କ ସହ ୨ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା ଓ ଜଗଦୀଶ ଦେଓଡା ମଧ୍ୟ ଶପଥ ପାଠ କରିବେ ।

ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଅପରାହ୍ନ ୧୨ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ଭୋପାଳରେ ଭବ୍ୟ ଆୟୋଜନ କରାଯାଉଛି ।

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ ଯାଇଥିବା ବେଳେ ଅଧିକାଂଶ ନେତାମନ୍ତ୍ରୀ ଭୋପାଳରେ ଆସି ପଡଞ୍ଚି ଗଲେଣି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିବ ।

ସେପଟେ ଛତିଶଗଡରେ ମଧ୍ୟ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁ ଦେଓ ସାଏ । ଅପରାହ୍ନ ୪ଟାରେ ତାଙ୍କର ଶପଥଗ୍ରହଣ ସମାରୋହ ଆରମ୍ଭ ହେବ । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ରାୟପୁର ସାଇନସ କଲେଜ ଗ୍ରାଉଣ୍ଡରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।ବିଷ୍ଣୁ ଦେଓଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଆଜି ଶପଥ ନେବେ ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଷ୍ଣୁଦେଓ ଛତିଶଗଡ଼ର ବେଶ ଜଣାଶୁଣା ଆଦିବାସୀ ଚେହେରା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ରହିଥିଲେ ।

୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସହ ୨ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ ଅରୁଣ ସାଓ ମଧ୍ୟ ଶପଥ ନେବେ । ଏବଂ ରମଣ ସିଂହ ବାଚସ୍ପତି ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *