Pratidin TV

Odisha's Digital News Platform

(ଭିଡିଓ) ସ୍ତ୍ରୀଙ୍କୁ ଦରକାର ହେଲା ଅକ୍ସିଜେନ୍‌, ୫୦୦ ଟି ଗଛ ଲଗାଇ ଅକ୍ସିଜେନ୍ ଯୋଗାଇ ଦେଲେ ସ୍ୱାମୀ…

1 min read

ବାଦାଶାହ ଶାହାଜାହନ ପତ୍ନୀ ମମତାଜଙ୍କ ପାଇଁ ଗଢି ଦେଇଥିଲେ ପ୍ରେମରେ ତାଜମହଲ । ଆଉ ଆଜିର ଦୁନିଆରେ ବି ସେଭଳି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ତ୍ରୀ ପାଇଁ ପାଲଟି ଯାଇଛନ୍ତି ଅକ୍ସିଜେନ ମ୍ୟାନ । ଇଏବି କେଉଁ ଶାହାଜାନଙ୍କ ଠାରୁ କମ ନୁହଁନ୍ତି । ସ୍ତ୍ରୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ୫୦୦ ଗଛ ଲଗାଇ ପାଲଟି ଯାଇଛନ୍ତି ଅକ୍ସିଜେନ୍ ମ୍ୟାନ୍ । ବିହାରର ରାଜଧାନୀ ପାଟନା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୁନପୁନ୍ ଷ୍ଟେସନରୁ ଅକୌନା ଗାଁ ଏହି ଗାଁରେ ରହୁଥିବା ଜଣେ ୭୦ ବର୍ଷିୟ ଅଶୋକ ସିଂ ଓରଫ ବଙ୍ଗାଳୀ ବାବା ନିଜ ପତ୍ନୀଙ୍କୁ ସୁସ୍ଥ ରଖିବା ପାଇଁ ଗତ ୧୩ ବର୍ଷ ଧରି ବୃକ୍ଷ ରୋପଣ କରିଚାଲିଛନ୍ତି । ଏହି ସମସ୍ତ ଉଦ୍ଭିଦ ବର୍ତ୍ତମାନ ବିରାଟ ଗଛରେ ପରିଣତ ହୋଇଛି । ଏହି ଅଞ୍ଚଳରେ ବଙ୍ଗାଳୀ ବାବା ଲଗାଇଥିବା ଗଛ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫୦୦ ରେ ପହଞ୍ଚିଛି ।

ବଙ୍ଗାଳୀ ବାବାଙ୍କ କହିବା ଅନୁସାରେ, ଯେବେଠାରୁ ସେ ଗଛ ଲଗାଇବା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ପତ୍ନୀ ମନୋରାମା ଦେବୀଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯାଇଛି । ଏହା ବ୍ୟତୀତ ଗାଁରେ ଗଛ ଓ ଉଦ୍ଭିଦ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦୁଇ ଦଶନ୍ଧି ପୂର୍ବରୁ ବୃକ୍ଷ ରୋପଣ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବଙ୍ଗାଳୀ ବାବା ଏବେ ମଧ୍ୟ ଉତ୍ତମ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେଠାକାର କିଛି ଚାଷୀଙ୍କ କହିବା ଅନୁସାରେ, ଦିନ ବଦଳିଛି, ଅନେକ ଋତୁ ବି ଯାଇଛି, କିନ୍ତୁ ଅଶୋକ ସିଂଙ୍କ ଦ୍ୱାରା ବୃକ୍ଷ ରୋପଣ କାମ ଶେଷ ହୋଇନାହିଁ । ଆଜି ବି ସେ ସକାଳ ଓ ସନ୍ଧ୍ୟାରେ ଗଛର ଯତ୍ନ ନିଅନ୍ତି । ଲୋକମାନଙ୍କୁ ଅଧିକରୁ ଅଧିକ ଅମ୍ଳଜାନ କିପରି ମିଳିବ ସେଥିପାଇଁ ବଙ୍ଗାଳୀ ବାବା ଓସ୍ତ, ପିପ୍ପଳୀ, ବର, ବେଲ, କଦମ ଏବଂ ଜାମୁକୋଳି ପରି ଅନେକ ଗଛ ଲଗେଇଛନ୍ତି । ଆଜି ତାଙ୍କ ପାଇଁ ସମଗ୍ର ଗାଁ ଶୁଦ୍ଧ ଅମ୍ଳଜାନ ପାଉଛି । ଆଉ ପତ୍ନୀଙ୍କ ପାଇଁ ଏପରି କାର୍ଯ୍ୟ ଆଜି ତାଙ୍କୁ ଅକ୍ସିଜେନ୍ ମ୍ୟାନ ଭାବେ ପରିଚିତ କରିଛି ।

Advertisement

Leave a Reply

Your email address will not be published. Required fields are marked *