Pratidin TV

Odisha's Digital News Platform

କିଙ୍ଗ କୋହଲିଙ୍କୁ ଉପହାରରେ ଫ୍ୟାନ ଦେବେ ହୀରାର ବ୍ୟାଟ..

1 min read

ଭାରତ ହେଉଛି କ୍ରିକେଟପ୍ରେମୀ ଦେଶ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କପ୍ରଥମ ପସନ୍ଦ କ୍ରିକେଟ ହିଁ ରହିଥାଏ । କ୍ରିକେଟ ଏଠି କେବଳ ଗୋଟେ ଖେଳ ନୁହେଁ, ଏହା ଲୋକଙ୍କ ଆତ୍ମା ବୋଲି ମଧ୍ୟ କହି ପାରିବା । ଫ୍ୟାନ୍ସଙ୍କ ପାଇଁ ସେମାନଙ୍କ କ୍ରିକେଟରମାନେ ଭଗବାନ ସଦୃଶ ଅଟନ୍ତି । ଆଉ ନିଜ ପ୍ରିୟ ଖେଳାଳିଙ୍କ ଦର୍ଶପାଇବା ପାଇଁ କିମ୍ବା ତାଙ୍କୁ ଖୁସି କରାଇବା ପାଇଁ ଫ୍ୟାନ୍ସମାନେ ଅନେକ ସମୟରେ ଅନେକ ଅଦ୍ଭୁତ କାରନାମା କରନ୍ତି ।

କିଏ ନିଜ ଦେହରେ ଟାଟୁ କରେ ତ, କିଏ ନିଜ ପସନ୍ଦର ଖେଳାଳିଙ୍କ ପରି କେଶସଜ୍ଜା କରେ । ପୁଣି କେତେ ଜଣ କ୍ରିକେଟରଙ୍କୁ ଦାମିକିଆ ଉପହାର ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏହି ସବୁ ଖବର ଆପଣମାନେ ତ ଶୁଣିଥିବେ ନିଶ୍ଚୟ । ତେବେ ନିକଟରେ ଭାରତୀୟ କ୍ରିକେଟର ସୁପର ଷ୍ଟାର୍ ବିରାଟ କୋହଲି ନିଜ ଆନ୍ତର୍ଜାତୀୟ କ୍ରିକେଟରେ ପନ୍ଦର ବର୍ଷ ପୂରଣ କରିଛନ୍ତି ।

Advertisement

ଏହାକୁ ମନେ ରଖିବା ପାଇଁ ବିରାଟଙ୍କର ଜଣେ ପ୍ରଶଂସକ ତାଙ୍କୁ ଉପହାର ଦେବା ପାଇଁ ହୀରାର ଏକ ବ୍ୟାଟ ତିଆରି କରିଛନ୍ତି । ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ମନେ ରଖିବା ପାଇଁ ଏହି ବିଶେଷ ଉପହାରଟି ତିଆରି କରିଛନ୍ତି ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ଉତ୍ପଲ ମିସ୍ତ୍ରୀ । ସେହିବ୍ୟାଟରେ ୧.୦୪ କ୍ୟାରେଟ୍ ହୀରାରେ ଖଚିତ ହୋଇଛି୍ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ଥିଲା । ନିଜେ ବ୍ୟବସାୟୀ ଉତ୍ପଳ ମିସ୍ତ୍ରୀ ହୀରା ପ୍ରଯୁକ୍ତିର ଅନ୍ୟତମ ବିଶେଷଜ୍ଞ । ସେ ଲେକ୍ସସ୍ ସଫ୍ଟମାକ୍ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ମାତ୍ର ୨୨ ବର୍ଷ ବୟସରେ ସେ ହୀରା ବ୍ୟବସାୟରେ ଯୋଗ ଦେଇଥିଲେ । ସେ ସର୍ଦ୍ଦାର ବଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁ ଇଞ୍ଜିନିୟରିଂ ପାସ କରିବା ସହ ଏବଂ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *