୧୮ ରେ ଖୋଲିବ ହୀରାକୁଦର ଜଳଭଣ୍ଡାର : ନିଷ୍କାସିତ ହେବ ଏ ବର୍ଷର ପ୍ରଥମ ବନ୍ୟାଜଳ
1 min readଭୁବନେଶ୍ୱର : ୧୮ ତାରିଖ ସୋମବାର ଦିନ ନିଷ୍କାସନ ହେବ ଏବର୍ଷର ପ୍ରଥମ ବନ୍ୟାଜଳ । ସମ୍ବଲପୁର (ହୀରାକୁଦ ଜଳଭଣ୍ଡାର ) ରୁ ଦିନ ୧୧ ଟା ବେଳେ ନିଷ୍କାସନ କରାଯିବ ବନ୍ୟାଜଳ ସୂଚନା ଦେଲେ ଜଳ ଭଣ୍ଡାର କର୍ତ୍ତୃପକ୍ଷ ।ଏନେଇ ଆଜି ସମ୍ବଲପୁର ସହ ତଳ ମୁଣ୍ଡର ୧୨ ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ସତର୍କ ସୂଚନାଜାରୀ କଲେ ଡ୍ୟାମ୍ କର୍ତ୍ତୃପକ୍ଷ ।
ସୂଚନାମୁତାବକ ଶୁକ୍ରବାର ସନ୍ଧ୍ୟା ସୁଦ୍ଦା ଜଳଭଣ୍ଡାରରେ ୨,୧୩,୭୭୯ କ୍ୟୁସେନ ଜଳ ପ୍ରବେଶ କରିଥିଲା ,ତେବେ ସେପଟେ ଜଳସ୍ତର ୬୦୪.୯୫ ଫୁଟ୍ ରେ ପହଞ୍ଚିଥିବା ବେଳେ ତାହା ଦୁଇଦିନରେ ୬୧୦ ଫୁଟ ଯାଏ ପହଞ୍ଚିବାର ଆକଳନ କରାଯାଇଛି । ସେଥିପାଇଁ ସୋମବାର ସୁଦ୍ଧା ପ୍ରଥମ ବନ୍ୟା ଜଳକୁ ନିଷ୍କାସନ କରାଯିବ ।ଏହା ଯୋଗୁ ଶାଖାନଦୀ ଗୁଡିକ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦିକୁ ଯିବାକୁ ବାରଣ କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।