Pratidin TV

Odisha's Digital News Platform

ଶବ ହେଲା ୨ ଭାଗ , ପୋଲିସ କଲା ସମାଧାନ !

1 min read

ଗଞ୍ଜାମ ; ମୃତ ଦାଦନ ଶ୍ରମିକର ଶବକୁ ନେଇ ୨ ପରିବାରରେ ଲାଗିଲା ବିବାଦ । ଶବକୁ ନେଇ ଦୁଇ ପରିବାର କଲେ ଦାବିଦାର । ଗୋଟିଏ ପଟେ ଜନ୍ମକଲା ମା ଓ ନିଜ ଭାଇ ମାନେ ଶବକୁ ନେଇ ଅନ୍ତିମ ଶସ୍କାର କରିବାକୁ ଦାବି କରୁଥିବା ବେଳେ ଅନ୍ୟ ପଟେ ପାଳିତ ମା ଘର ଲୋକ ଶବ ଦାହ କରିବା ପାଇ ଅଡି ବସିଥିଲେ । ଶେଷରେ ଘଟଣା ପହଂଚିଲା ପୋଲିସ ପାଖରେ ଆଉ ପୋଲିସର ହସ୍ତକ୍ଷେପ ପରେ ତୁଟିଲା ବିବାଦ । ଏପରି ଘଟଣା ଘଟିଛି ଧରାକୋଟ ତାଳପାଟଣା ଗ୍ରାମରେ ।

ଗଂଜାମ ଜିଲ୍ଲାର ସେରଗଡ଼ ର ସର୍ଗତ କାଳୁ ଚରଣ ଦାସ ସାନ ପୁଅ ୨୮ ବର୍ଷିୟ ବଳରାମ ଦାସ । ସେ ଧରାକୋଟ ବ୍ଳକ ତାଳପାଟଣା ଗ୍ରାମର ମାଉସି ସୋଲି ନାୟକଙ୍କ ଦତ ପୁତ୍ର ହୋଇ ଦିର୍ଘ ୧୫ ବର୍ଷ ହେଲା ଆସିଥିଲେ । ତାଳପାଟଣା ଗ୍ରାମରେ ମାଉସି ଘରେ ହିଁ ତାଙ୍କର ବିବାହ କାଯ୍ୟ କରାଯାଇଥିଲା । ଏବେ ସେହି ଗ୍ରାମରେ ସ୍ତାଙ୍କ ସ୍ତ୍ରୀ ଆରତି ଦାସ ଓ ଗୋଟିଏ ୫ ମାସର ପୁତ୍ର ସନ୍ତାନ ବି ଗଡ଼ୁଛନ୍ତି । ସୂଚନା ପ୍ରକାରେ ବାଳରାମ ୪ ବର୍ଷ ହେଲା ଚେନ୍ନାଇ ଯାଇ ଦାଦନ ଖଟି ପରିବାର ପୋଷୁଥିଲେ । ଗତ ୧୦ ତାରିଖରେ ଅର୍ଥାତ ରବିବାର ଦିନ ଘର ଲୋକଙ୍କୁ ଖବର ଆସିଲା ଯେ ବଳରାମ ଚେନ୍ନାଇ ରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ସେଠାରେ ସମସ୍ତ ପ୍ରକାର ଫରମାଲିଟି ପରେ ଶବ ବ୍ୟବଛେଦକ ସେଠାକାର ଯେଉଁ ସଂସ୍ଥା ଅଧିନରେ ବଳରାମ କାମ କରୁଥିଲେ । ସେ ସଂସ୍ଥା ବଳରାମଙ୍କୁ ଆଧାର କାର୍ଡରେ ଥିବା ଠିକଣା ପ୍ରକାରେ ତାଳପାଟଣା ଗ୍ରାମକୁ ଏକ ଆମ୍ବୁଲାନ୍ତି ଯୋଗେ ତାଳପାଟଣା ପଠାଇଦେଲେ । ହେଲେ ଶବ ସେଠାରେ ପହଂଚିବା ବଳରାମ ଙ୍କ ନିଜ ଗାଁ ସେରଗଡ ର ତାଙ୍କ ଭାଇ ମାନେ ଓ ସମ୍ପର୍କିୟ ମାନେ ତାଳପାଟଣାରେ ପହଂଚି ବଳରାମଙ୍କ ଶବକୁ ସେରଗଡକୁ ନେଇ ଅନ୍ତିମ ସଂସ୍କାର କରିବାକୁ ଦାବି କରିଥିଲେ । ଏପଟେ ତାଳପାଟଣାର ଲୋକେ ମଧ୍ୟ ଶବକୁ ତାଳପାଟଣାରେ ହିଁ ଦାହ କରିବାକୁ ଅଡି ବସିଥିଲେ । ଆଉ ସେରଗଡ ର ତାଙ୍କ ଭାଇମାନେ ବଳରାମଙ୍କ ଶବକୁ ସେରଗଡ ନେଇ ଚାଲିଯାଇଥିଲେ।

Advertisement

ବାଳରାମଙ୍କ ଭାଇମାନେ ଦାବି କରିଥିଲେ ସେ ସେରଗଡ଼ ବଳରାମଙ୍କର ନିଜ ଗାଁ ସେଠାରେ ତାଙ୍କ ନିଜ ଜନ୍ମକଲା ମା ଅଛି ଓ ଭାଇ ଭାଉଜ ମାନେ ଅଛନ୍ତି ତେଣୁ ତାଙ୍କୁ ସେରଗଡ଼ ରେ ହିଁ ଦାହ କରାଯିବ । ଏପଟେ ତାଳପାଟଣା ରେ ବଳରାମଙ୍କ ପାଳିତ ମା ଘରଦାବି କରିଥିଲେ ବଳରାମଙ୍କ ସ୍ତ୍ରୀ ଓ ଛୁଆ ଏଠାରେ ଅଛନ୍ତି ତାଙ୍କ ଶବ ତାଳପାଟଣା ରେ ହିଁ ପୋଡା ହେବ । ଏ ନେଇ ଉଭୟ ପରିବାର ମଧ୍ୟରେ ବେସ୍ କିଛି ସମୟ ଟଣାଉଟରା ଚାଲିଥିଲା । ଏହା ପରେ ବଳରାମ ଙ୍କ ଶବକୁ ତାଙ୍କ ଭାଇମାନେ ସେରଗଡ଼ ନେଇ ଚାଲି ଯାଇଥିଲେ । ଫଳରେ ତାଳପାଟଣା ଗ୍ରାମର ଲୋକେ ଓ ସମ୍ପର୍କିୟ ମାନେ ଗାଁ ରେ ଏକାଠି ହୋଇ ଧରାକୋଟ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଧରାକୋଟ ପୋଲିସ୍ ଏନେଇ ସେରଗଡ଼ ଥାନକୁ ଖବର ଦେଇଥିଲା । ସେରଗଡ଼ ପୋଲିସ ବଳରାମ ଙ୍କ ଶବ ସେରଗଡ଼ ରେ ଦାହ କରାଯାଇପାରିବ ନାହିଁ ବୋଲି ବଳରାମଙ୍କ ଭାଇମାନଙ୍କୁ ବୁଝାଇଥିଲେ।

ଶେଷରେ ଉଭୟ ପକ୍ଷକୁ ଡାକି ପୋଲିସ ବୁଝାଇବା ସହ ସେରଗଡ କିମ୍ବା ତାଳପାଟଣା କେଉଁଠି ମଧ୍ୟ ବଳରାମଙ୍କ ଶବ ଦାହ ନ କରି ଆସିକା ରିଷ୍ମକୁଲ୍ୟା ନଦି ର ସଙ୍ଗମ ସ୍ଥଳରେ ଦାହ କରିବା ପାଇଁ କହିଥିଲା । ଫଳରେ ଉଭୟ ପରିବାରର ଓ ଗ୍ରାମର ଲୋକେ ସେଠାକୁ ଯାଇ ଶବ ଦାହ କରିଛନ୍ତି । ପୁଣି ସେରଗଡ଼ ର ଲୋଳେ ଗୋଟିଏ ଗାଡି ରେ କାଠ ଆଣିଥିବା ବେଳେ ତାଳପାଟଣାର ଲୋକେ ଅନ୍ୟ ଏକ ଗାଡିରେ ସେମାନେ ମଧ୍ୟ ଅଲଗା କାଠ ନେଇ ଯାଇଥିଲେ । ଶେଷରେ ରିଷୁକୁଲ୍ୟା ସଂଗମ ସ୍ଥଳରେ ବଳରାଙ୍କ ଯୁଇ ଗତକାଲି ରାତି ଜାଳିଛି ।

Leave a Reply

Your email address will not be published. Required fields are marked *