ସଂସଦରେ ସୁରକ୍ଷାରେ ବଡ ପ୍ରଶ୍ନ, ସଂସଦ ଭିତରକୁ କିପରି ଗଲା ସ୍ମୋକ କ୍ୟାନ…
1 min readସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି । ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ବିଶେଷ କରି ଠିକ୍ ଡିସେମ୍ବର ୧୩ ୨୦୦୧ରେ ଘଟିଥିବା ସମାନ ଘଟଣା ପୁଣି ସମାନ ଦିନରେ ଘଟିବା ଆଉ ସେ ବି ନୂଆ ସଂସଦ ଭବନରେ ତାହା ସମସ୍ତଙ୍କୁ ତାଜୁବ କରିଛି । ଏହି ସ୍ମୋକ ଆକ୍ରମଣ ଘଟଣାରେ ହାତରେ ଧୂଆଁ କାଣ୍ଟର ଧରି ଲୋକସଭାରେ ପ୍ରବେଶ କରିଥିବା ଅଭିଯୁକ୍ତ ୩୪ ବର୍ଷିୟ ମନୋରଞ୍ଜନ ଡି । ଯିଏକି ହାତରେ ଧୂଆଁ ରଙ୍ଗର କ୍ୟାଣ୍ଟର ଧରି ଲୋକସଭା ଚାମ୍ବରକୁ ଡେଇଁଥିଲା । କାରଣ ସଂସଦରେ ପ୍ରବେଶ ପୁର୍ବରୁ ସ୍ମୋକ କ୍ୟାନକୁ କେଉଁଠାରେ ଲୁଚାଇବେ ବୋଲି ଭଲ ଭାବରେ ଜାଣିି ପାରିଥିଲେ ଦୁଇ ଅଭିଯୁକ୍ତ । ଯେଉଁଥିପାଇଁ ସଂସଦ ଭିତରେ ବଜେଟ ଅଧିବେସନ ପ୍ରକ୍ରିୟା ଚାଲିଥିବା ବେଳେ ମନୋରଞ୍ଜନ ଚାମ୍ବର ଉପରେ ଡେଇଁ ଧୂଆଁ ମାଡ କରିଥିଲା ।
ସୂଚନା ଅନୁସାରେ ମନୋରଞ୍ଚନ ମହୀଶୂରରୂ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ଅନୁପ୍ରବେଶ ପୂର୍ବରୁ ଅଭିଯୁକ୍ତମାନେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଭଲ ଭାବେ ଯାଞ୍ଚ କରିଥିଲେ । ସୁରକ୍ଷା ଯାଞ୍ଚ ବେଳେ ପାସ୍ଧାରୀଙ୍କୁ ପୁଲିସ୍ ଜୋତା ଖୋଲିବାକୁ କୁହେ ନାହିଁ ବୋଲି ସେମାନେ ଭଲ ଭାବେ ଜାଣିଥିଲେ । ଏଥିପାଇଁ ଗ୍ୟାସ୍ କାନିଷ୍ଟର୍ସକୁ ସାଗର ଓ ମନୋରଞ୍ଜନ ଜୋତା ଭିତରେ ଲୁରାଇ ରଖି ପରେ ସେମାନେ ବିଜେପି ସାଂସଦ ପ୍ରତାପ ସିମାଙ୍କ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ପାସ ସହିତ ସେମାନେ ଗ୍ୟାଲେର ପ୍ରବେଶ କରିଥିଲେ । ପରେ ସେମାନେ ଚାମ୍ବରୁ ଡେଇଁ ହଳ୍ଦିଆ ଧୂଆଁ ମାଡ କରିଥିଲେ । ସେପଟେ ମହୀଶୂର ସାଂସଦ ବାଚସ୍ପତିଙ୍କୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଯେ ମନୋରଞ୍ଜନଙ୍କ ପିତା ଦୁଇଟି ପାସ ପାଇଁ ତାଙ୍କ ନିକଟକୁ ଆସିଥିଲେ ବୋଲି । ତେବେ ସଂସଦ ବାହାରେ ବିରୋଧ ପ୍ରଦର୍ଶନ ପାଇଁ ଧୂଆଁ ମାଡ କରୁଥିବା ନୀଲମ ଆଜାଦ ଏବଂ ସିନ୍ଦେଙ୍କ ସହ ମନୋରଞ୍ଜନ ସବଂ ସାଗର ଶର୍ମାଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦୀ ବିରୋଧୀ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଏବଂ ଆଇପିସି ଅଧୀନରେ ମାମଲା ରୁଜୁ ହୋଇଛି ।