Pratidin TV

Odisha's Digital News Platform

ରାଜ୍ୟ ସମ୍ଭାଳିବା ପୂର୍ବରୁ ପିତାମାତାଙ୍କ ପାଦଛୁଇଁ ଆର୍ଶୀବାଦ ନେଲେ ନୂଆ ସିଏମ ଭଜନଲାଲା ଶର୍ମା..

1 min read

ସରିଛି ୫ରାଜ୍ୟର ନିର୍ବାଚନ । ଏଥିସହ ୪ ରାଜ୍ୟ ନୂଆ ସରକାର ଗଢି ସାରିଥିବା ବେଳେ ଆଜି ହେଉଛି ରାଜସ୍ଥାନର ପାଳି । ୫ ବର୍ଷ ପରେ ପୁଣି ରାଜସ୍ଥାନରେ ରାଜ କରବାକୁ ଯାଉଛି ବିଜେପି । ସରିଛି ସବୁ ପ୍ରସ୍ତୁତ । ସଜେଇ ହୋଇଛି ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରର । ଏହି କାର୍ଯ୍ୟକ୍ରମରେ ପହଞ୍ଚିଗଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସବୁ ନେତା ମନ୍ତ୍ରୀ । ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୁରା ପରିବାରଙ୍କୁ ନେଇ କାର୍ଯ୍ୟକ୍ରମରେ ପହଞ୍ଚି ଗଲେଣି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ତେବେ ସେ ଶପଥ ନେବା ପୂର୍ବରୁ ତାଙ୍କ ପିତାମାତାଙ୍କ ଆର୍ଶୀବାଦ ନେଇଛନ୍ତି । ତାଙ୍କ ସହ ତାଙ୍କପତ୍ନୀ ମଧ୍ୟ ପିତାମାତାଙ୍କ ପାଦ ଧୋଇ ମୁଣ୍ଡିଆ ମାରିଥିଲେ । ଏହାପରେ ମାଆବାପାଭ୍‌କୁ ଫୁଲମାଳ ପିନ୍ଧାଇ ପାଦ ଛୁଇଁଥିଲେ । ପରେ ପିତାମାତାଙ୍କ ହାତରୁ ନିଜ ମୁଣ୍ଡରେ ଟିକା ଲଗାଇ ନିଜର ଶପଥ ଗ୍ରହଣ ପାଇଁ ବାହାରି ଆସିଥିଲେ ।

Leave a Reply

Your email address will not be published. Required fields are marked *