Pratidin TV

Odisha's Digital News Platform

୭ଦିନିଆ ରିମାଣ୍ଡରେ ଗଲେ ମାଷ୍ଟର ମାଇଣ୍ଡ ଲଳିତ ଝା..

1 min read

ଡିସେମ୍ବର ୧୩ ଅର୍ଥାତ ବୁଧୁବାର ଦିନ ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ହଠାତ ଘଟି ଯାଇଥିଲା ବଡ ଅଘଟଣ । କିଏ କିଛି ଭାବିବା କିମ୍ବା ଜାଣିବା ପୂର୍ବରୁ ୨ଜଣ ଯୁବକ ଭିଜିଟରର୍ସ ଗ୍ୟାଲିରୁ ଡିଆଁମାରି ସଂସଦ ଭିତରେ ସ୍ମୋକ ଆଟାକ କରିଥିଲେ । ତେବେ ଏହି ଘଟଣା ୬ଜଣ ସାମିଲ ଥିବା ବେଳେ ପୂର୍ବରୁ ୫ଜଣ ଅଭିଯୁକ୍ତକୁ ଗିରଫ କରି ୭ଦିନିଆ ରିମାଣ୍ଡରେ ନେଇ ସାରିଛି ପୋଲିସ । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝା ଫେରାର ଥିଲେ ତେବେ ଗତକାଲି ସେ ଦିଲ୍ଲା ଥାନାକୁ ଆସି ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଥିଲା । ପୋଲିସ ୧୫ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ମାତ୍ର ୭ଦିନ ପାଇଁ ହେପାଜତକୁ ପଠାଇଛି । ବିହାରର ଲଳିତ କୋଲକତାରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି । ତେବେ ସେଠାକାର ପଡୋଶୀ ତାଙ୍କୁ ଅତ୍ୟନ୍ତ ଶାନ୍ତ ସରଳ ବୋଲି ବର୍ଣ୍ଣନା କରିଥିଲେ ।

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଦ୍ୱାରା ଲଳିତ ଅନୁପ୍ରାଣିତ ହୋଇଥିଲେ ବୋଲି ପୋଲିସ କହିଛି । ଲଳିତଙ୍କୁ ହେପାଜତରେ ନେଇ ପୋଲିସ ତାଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବ । ୬ଜଣଙ୍କ ମିଶି ଏହି ଘଟଣା ଘଟାଇବାକୁ ରଚିଥିଲେ ପ୍ଲାନ । ୬ ଅଭିଯୁକ୍ତ ହେଲେ ସାଗର ଶର୍ମା(୨୬), ମନୋରଂଜନ ଡି(୩୪) , ନୀଲମ ଆଜାଦ(୩୭), ଆମୋଲ ସିନ୍ଦେ(୨୫), ବିକି ଶର୍ମା ଏବଂ ଲଲିତ ଝା । ଭିତରେ ୨ଜଣ ପଶିଥିବା ବେଳେ ଆଉ ୩ଜଣ ସଂସଦ ବାହାରେ ଧୂଆଁ କ୍ୟାଣ୍ଟର ଲଗାଇଥିଲେ ଯାହାର ଭିଡିଓ ସୁଟ୍ କରି ଲଳିତ ସମ୍ପୃକ୍ତ ଏନଜିଓର ପ୍ରତିଷ୍ଠାତା ନୀଲକ୍ଷ ଆଇଚଙ୍କ ନିକଟକୁ ଏହି ଭିଡିଓ ପଠାଇଛନ୍ତି । କ୍ଲିପଗୁଡିକ ମିଡିଆ କଭରେଜ ପାଇବାକୁ ନିଶ୍ଚିତ କରିବାକୁ ଚାହୁଁଥିଲେ ବୋଲି ଝା କହିଛନ୍ତି । ଆତଙ୍କବାଦ ବିରୋଧୀ ଆଇନ ଅନୈତିକ କାର୍ଯ୍ୟକଳାପ ଅଧିନିୟମ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ବିଭାଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଞ୍ଚ ଜଣ ପୁରୁଷ ଓ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *