ଆଇପିଏସ ସ୍ତରରେ ହେଲା ଅଦଳବଦଳ,ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହେଲେ IPS ବି.ରାଧିକା
1 min readଓଡିଶାରେ ପୁଣି ଆଇପିଏସ ସ୍ତରରେ ହେଲା ଅଦଳବଦଳ । ଏଥର ଛୋଟ ଧରଣର ପରିବର୍ତ୍ତନ କରିଛନ୍ତି ରାଜ୍ୟସରକାର । ଚଳିତ ଥର ୩ ଆଇପିଏସ ଅଫିସରଭ୍କ ଅଦଳବଦଳ ହୋଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି ଆଇପିଏସ ବି ରାଧିକା । ସେ କ୍ରେନ୍ଦୀୟ ଡେପୁଟେସନରୁ ଫେରିଥିବା ୧୯୮୯ ବ୍ୟାଚର ଆଇପିଏସ । କେବଳ ଗୋଟେ ନୁହେଁ ଆଉ ଏକ ଦାୟିତ୍ୱ ଅର୍ଥାତ ଏସଏଫଏସଏଲ ନିର୍ଦ୍ଦେଶକର ଦାୟିତ୍ୱ ତୁଲାଇବେ ବି.ରାଧିକା ।
ସେହିପରି ୨୦୦୧ ବ୍ୟାଚର ଆଇପିଏସ ଏସ. ସାଇନିଙ୍କୁ ସିଏଡବ୍ଲୁ ଓ ସି ଡବ୍ଲୁ ଆଇଜି ଭାବେ ଦାୟିତ୍ୱ ମିଳିଛି ।ଏବଂ କେନ୍ଦ୍ରାଞ୍ଚଳ ଆଇଜି ରହିଥିବା ୨୦୦୪ ବ୍ୟାଚର ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଓପିଏଚଡବ୍ଲୁସିର ସିଇଓ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।