Pratidin TV

Odisha's Digital News Platform

ଗୀତ ଗାଉ ଗାଉ ମଞ୍ଚରେ ଟଳି ପଡିଲେ ପେଡ୍ରୋ ହେନ୍ରିକ୍‌, ଚାଲିଗଲା ଜୀବନ…

1 min read

ଗୀତ ଗାଉ ଗାଉ ଟଳି ପଡିଲେ ଗାୟକ । ଚାଲିଗଲା ଜୀବନ । ବ୍ରାଜିଲର ଗାୟକ ପେଡ୍ରୋ ହେନ୍ରିକ୍‌ଙ୍କର ଦେହାନ୍ତ ହୋଇଛି । ମଞ୍ଚରେ ଲାଇଭ୍ ପ୍ରଦର୍ଶନ କରୁଥିବାବେଳେ ଡିସେମ୍ବରରେ ୧୩ ତାରିଖ ମଞ୍ଚରେ ଗୀତ ପରିବେଷଣ ତାଙ୍କର ଦେହାନ୍ତ ହୋଇଥିଲା । ପେଡ୍ରୋ ହେନ୍ରିକ୍ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା । ପେଡ୍ରୋ ହେନ୍ରିକ୍‌ଙ୍କ ମୃତ୍ୟୁକୁ ନେଇା ତାଙ୍କ ପ୍ରଶଂସକ ଏବଂ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁସାରେ ହେନ୍ରିକ୍‌ଙ୍କ ମୃତ୍ୟୁ ପରେକୁ ନେଇ ତାଙ୍କର ରେକର୍ଡ ଲେବଲ୍ ଟୋଡା ମ୍ୟୁଜିକ୍ ନିଶ୍ଚିତ କରିଛି । ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ପ୍ରକାଶ କରି କହିଛି ଯେ ପେଡ୍ରୋ ଜଣେ ଖୁସି ଯୁବକ, ସମସ୍ତଙ୍କର ବନ୍ଧୁ । ଜୀବନରେ ଏହା ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି । ଯାହା ପାଇଁ ଆମ ପାଖରେ କହିବାକୁ କିଛି ଶବ୍ଦ ନାହିଁ । ଏଥିସହ ରେକର୍ଡ ଲେବାଲ ହେନ୍ରିକ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତେବେ ଏହି ହୃଦୟ ବିଦାକେ ଘଟଣା ଘଟିବା ବେଳେ ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଲାଇଭ୍ ପ୍ରଦର୍ଶନ ସମୟରେ ପେଡ୍ରୋ ହେନ୍ରିକ୍‌ଙ୍କର ମୃତ୍ୟୁ ହୋଇଥିଲା । ଉତ୍ତର-ପୂର୍ବ ବ୍ରାଜିଲର ଫେଏରା ଡି ସାଣ୍ଟାନା ସହରର ଏକ କନ୍ସର୍ଟ ହଲରୁ ଅନଲାଇନରେ ପ୍ରସାରିତ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ହେନ୍ରିଚ୍ ମଞ୍ଚରେ ଗୀତ ଗାଉଥିବା ବେଳେ ହଠାତ ଟଳି ପଡିଥିଲେ । ଯାହାକୁ ଦେଖି ତାଙ୍କ ବ୍ୟାଣ୍ଡ ସଦସ୍ୟ ଏବଂ ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ତାଙ୍କୁ ନିକଟସ୍ଥ କ୍ଲିନିକକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *