Pratidin TV

Odisha's Digital News Platform

ମାଫିଆଙ୍କ ଚାଲିଛି ରାଜ,ବ୍ରାହ୍ମଣୀ ନଦୀରୁ ଦିନରାତି ଚୋରା ଚାଲାଣ ହେଉଛି ବାଲି ..

1 min read

କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀରୁ କିଛିଦିନ ହେଲା ହେଉଛି ଚୋରା ବାଲି ଚାଲାଣ । ବିନା ରୟାଲଟି ରେ ଏକାଧିକ ମେସିନ ଲଗାଇ ହଜାର ହଜାର ଟ୍ରିପ ବାଲି ଲୁଟି ନେଉଛନ୍ତି ବାଲି ଲୁଟେରା । ପ୍ରତ୍ୟେକଦିନ ଏହି ନଦୀରୁ ନମ୍ବର ବିହୀନ ଡମ୍ଫର ଓ ହାଏବା ସାହାଯ୍ୟରେ ହେଉଛି ବାଲି ଚୋରା ଚାଲାଣ ଆଉ ଏହି ଚୋରା ବାଲି ଚାଲାଣ କାରୀଙ୍କୁ ପ୍ରୋତ୍ସାହନ ଦେଉଛି ପ୍ରଶାସନ । ଏଠି ମିଲି ଭଗତରେ ଚାଲିଛି ସବୁ କିଛି । କାରଣ ମାତ୍ର କେଇଟା ଦିନ ତଳେ ପ୍ରଥମ ଥର ପାଇଁ ଷ୍ଟିଲ ଆଣ୍ଡ ମାଇଣ୍ଡ୍ସ ବିଭାଗ ତରଫରୁ ଉକ୍ତ ଅଞ୍ଚଳରେ ଚଢ଼ାଉକାରୀ ଦୁଇଟି ହାଏବା ଗାଡିକୁ ଧରି ୨୦ ହଜାର ଟଙ୍କା ଜୋରିମାନା କରିଥିଲେ ।

ସେଦିନ ବି ଯେଉଁ ଗାଡିଟିକୁ ଚଉଦକୁଲାଟ ବ୍ରାହ୍ମଣୀ ନଦୀ ପୋଲ ଉପରେ ଷ୍ଟିଲ ଏବଂ ମାଇନ୍ସ ବିଭାଗ ଧରିଥିଲା ସେହି ହାଏବା ର ପଛ ପଟରେ ନମ୍ବର ପ୍ଲେଟ ନଥିଲା ଆଉ ଆଜିବି ସେହି ପରି ଆଉ ଏକ ଗାଡ଼ିରେ ବାଲି ଚୋରା ଚାଲାଣ ହେଉଛି ସେହି ହାଏବା ର ପଛପଟେ ନମ୍ବର ପ୍ଲେଟ ନାହିଁ । ଏବେ ଦିନ ରାତି ଚାଲିଛି ନଦୀରୁ ବାଲି ଚୋରା ଚାଲଣ । ନା ଅଛି ପ୍ରଶାସନର ଡର ନା ଅଛି ଜୋରିମାନାର ଭୟ । ରାଧେ ରାଧେ ଅର୍ଥରେ ଚାଲିଛି ବାଲି ଚୋରି । ଅନ୍ୟପକ୍ଷରେ ଏହି ବାଲି ଚୋରା ଚାଲାଣ ପାଇଁ ନଦୀରୁ ବାଲି ଉଠାଇବା ପାଇଁ ନିଲାମ ନେଇଥିବା ନିଲାମ ଧାରୀ ବାଲି ଖାଦାନକୁ କୌଣସି ଗ୍ରାହକ ଯାଉନଥିବା ବେଳେ ପ୍ରବଳ କ୍ଷତି ସହୁଛି ଉକ୍ତ କମ୍ପାନୀ । ତେବେ ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ବାଲି ମାଫିଆ ମାନେ ଚଳାଇଛନ୍ତି ବ୍ରାହ୍ମଣୀ ନଦୀ ଗର୍ଭରୁ ବାଲି ଚୋରି । ଏହି ସବୁ ଘଟଣା ପରେ ପ୍ରଶାସନ ର ନୀରବତା ପ୍ରମାଣ କରୁଛି ଏହି ବାଲି ମାଫିଆଙ୍କ ସହିତ ପ୍ରଶାସନ ର ମଧୁଚନ୍ଦ୍ରିକା ର ପ୍ରମାଣିତ କରୁଛି ଓ ମିଲିଭଗତରେ ଚାଲିଛି ସବୁକିଛି ।

Advertisement

Leave a Reply

Your email address will not be published. Required fields are marked *