Pratidin TV

Odisha's Digital News Platform

ପିଉସୀର ଅନ୍ତିମସଂସ୍କାରକୁ ଯାଉଥିଲା ଶ୍ୱଶୁର ଓ ଜ୍ୱାଇଁ ,ଦ୍ରୁତଗତିରେ ଆସି ପିଟିଦେଲା ଟ୍ରକ

1 min read

ନବରଙ୍ଗପୁର: ବାଇକ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ । ତେବେ ଉଭୟ ସମ୍ପର୍କରେ ଥିଲେ ଶ୍ୱଶୁର ଓ ଜ୍ୱାଇଁ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଛି ।

ସୂଚନାମୁତାବକ,ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀ(୩୦)ଙ୍କ ପିଉସୀଙ୍କ ଗତ କାଲି ରାତିରେ ମୃତ୍ୟୁ ଘଟିଥିଲା । ଆଜି ତାଙ୍କର ଅନ୍ତିମସଂସ୍କାର ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀ ରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଖବର ପାଇ ଶଶୁର ବାଲି ଜାନୀ(୬୫)ଙ୍କୁ ସାଙ୍ଗରେ ନେଇ ନିଜ ଗ୍ରାମକୁ ଯିବାକୁ ବାହାରିଥିଲେ । ସକାଳୁ ବାଇକ ଯୋଗେ ଉଭୟ ବାହାରି ଯାଇଥିବା ବେଳେ ରାଇଘର ମୁଖ୍ୟ ବଜାର ଉପରେ ଅବସ୍ଥିତ ଡାକଘର ସମ୍ମୁଖରେ ଦ୍ରୁତଗତିରେ ଆସି ଟ୍ରକ ଟି ବାଇକକୁ ଧକ୍କା ଦେଇଥିଲା । ବାଇକରୁ ଛିଟିକି ଉଭୟ ଟ୍ରକ ଚକ ତଳେ ପଡଯାଇଥିଲେ । ଘଟଣା ସ୍ଥଳରେ ହିଁ ଶଶୁର ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ଅଟକ ରଖିଥିବା ବେଳେ ମୃତଦେହ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରି ତଦନ୍ତ ଜାରି ରଖିଛନ୍ତି । ପରିବାର ଲୋକେ ମେଡିକାଲକୁ ପହଞ୍ଚି ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *