Pratidin TV

Odisha's Digital News Platform

ବୋହୂର ଟାଙ୍ଗିଆ ଚୋଟରେ ଶଶୁର ମୃତ

ଭୁବନେଶ୍ୱର : ବୋହୂର ମରାଣାତ୍ମକ ଆକ୍ରମଣରେ ଶଶୁର ମୃତ । ତେବେ ଏଭଳି ହୃଦୟ ଥରା ଘଟଣା ଘଟିଛି କାମାକ୍ଷାନଗରରେ । କାମାକ୍ଷାନଗର ପରଜଙ୍ଗ ଥାନା ଅନ୍ତର୍ଗତ କୁଟୁରିଆ ଗାଁରେ ପାରିବାରିକ କଳହକୁ ନେଇ ଗତକାଲି ରାତି ୯.୩୦ ସମୟରେଏପରି ଘଟିଥିବା ସୂଚନା ମିଳିଛି । ପାରିବାରିକ ସମସ୍ୟାକୁ ନେଇ ଶଶୁର ବେଣୁଧର ପ୍ରଧାନ ଓ ବୋହୁ ଯଶୋଦା ପ୍ରଧାନଙ୍କ ମଧ୍ୟରେ ଲାଗିଯାଇଥିଲା ମହାଭାରତ ।

ଝଗଡାଟି ଅଧିକ ବଢିବାରୁ ଉଭୟ ଉଭୟଙ୍କ ଉପରକୁ ମରାଣାତ୍ମକ ଆକ୍ରମଣ କରିଥିଲେ । ତେବେ ଘଟଣା ସ୍ଥଳରେ ଶଶୁରର ମୃତ୍ୟୁ ହୋଇଥିବା ବେଳେ , ବୋହୂ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏନେଇ ପରଜଙ୍ଗ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *