Pratidin TV

Odisha's Digital News Platform

ଘନ କୁହୁଡି ଯୋଗୁଁ ଟ୍ରକ ଆଗରେ ପଶିଲା ବାଇକ୍‌, ଅଳ୍ପକେ ବଞ୍ଚିଲେ ବାଇକ୍ ଚାଳକ…

1 min read

ସକାଳର ଘନ କୁହୁଡି ଯୋଗୁଁ ରସ୍ତା ଠିକରେ ଦୃଶ୍ୟମାନ ହେଉନଥିବା ଫଳରେ ପ୍ରତ୍ୟେକ ଦିନ ଘଟୁଛି ସଡକ ଦୁର୍ଘଟଣା । ଏହି ମର୍ମନ୍ତୁତ ଦୁର୍ଘଟଣା ଫଳରେ ଆକାଳରେ ଚାଲିଯାଉଛି ଜୀବନ । ସେହିପରି ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଇନ୍ଦ୍ରପୁର ଗ୍ରାମ ଛକ ଉପରେ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଥିବା ଜଣା ପଡ଼ିଛି ।

ସୂଚନାରୁ ପ୍ରକାଶ ଯେ ବିଗତ କିଛି ଦିନ ହେବ ବଣାଇ ଅଞ୍ଚଳରେ ପ୍ରବଳ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ପଡୁଥିବା ବେଳେ ଗାଡି ଚାଳକଙ୍କ ପାଇଁ ରାଜପଥ ପାଲଟିଛି ବିପଦପୂର୍ଣ୍ଣ ରାସ୍ତା । ଆଜି ଭୋର୍ ସକାଳ ସମୟରେ ଜଣେ ବାଇକ୍ ଚାଳକ କୌଣସି କାମରେ ଯାଉଥିବା ବେଳେ ଗାଢ଼ କୁହୁଡି ଯୋଗୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକକୁ ଦେଖି ନପାରି ନଥିଲେ । ଫଳରେ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇ ବାଇକଟି ଟ୍ରକ୍ ତଳେ ପଶି ଯାଇଥିବା ବେଳେ ବାଇକ୍ ଚାଳକ ଗାଡିରୁ ଛିଟିକି ପଡି ରାସ୍ତା ଉପରେ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିବା ବେଳେ ତାଙ୍କର ଦୁଇଟି ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର ସୂଚନା ଦେଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *