Pratidin TV

Odisha's Digital News Platform

ଉତ୍କଳ ହସ୍ପିଟାଲରେ ଓଡିଆଙ୍କୁ ହତାଦର : ସସପେଣ୍ଡ ହେଲେ ସିଇଓ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଉତ୍ତମ ଚିକିତ୍ସାଳୟ ଭାବରେ ଚିହ୍ନା ଉତ୍କଳ ହସ୍ପିଟାଲ । ଉତ୍କଳ ଜାହାର ଯଥାର୍ଥ ବୁଝାଏ ଆମ ଓଡିଶାକୁ ବା ଆମ ଓଡିଆ ଜାତିଙ୍କୁ ତେବେ ସେହି ଓଡିଆ ଜାତିର ଲୋକ ହୋଇ ହତାଦର କରିଛନ୍ତି ଆମ ଓଡିଶା ବାସିଙ୍କ ସମ୍ମାନକୁ । ତେବେ ୬ ଦିନ ପୂର୍ବରୁ ଉତ୍କଳ ହସସ୍ପିଟାଲର ସିଇଓ ଡା.ଆଲୋକ ଲୋଧ ଏକ ବିଜ୍ଞାପନ ପ୍ରକାଶ କରିଥିଲେ ।

ଯେଉଁଥିରେ ଲେଖାଥିଲା ଯେ ନିଜ ଚିକିତ୍ସାଳୟର ଓପିଡି ବିଭାଗପାଇଁ ଏକ ମ୍ୟାନେଜର ଆବଶ୍ୟକ ଯିଏକି ଜଣେ ଅଣଓଡିଆ ବ୍ୟକ୍ତି ହୋଇଥିବେ ବା ଏହାକୁ କେବଳ ଓଡିଶା ବାହାରର ପାର୍ଥି ଆବେଦନ କରିପାରିବେ । ଏହି ବିଜ୍ଞାପନଟି ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ ହେବା ଆରମ୍ଭ ହୋଇଯାଇଥିଲା ।

ଲୋକମାନଙ୍କ ମତରେ ଏହା ଓଡିଆଙ୍କ ପ୍ରତି ଏକ ପ୍ରକାରର ଅସମ୍ମାନ ସହ ଓଡିଆ ବଦଳରେ ଅଣଓଡିଆଙ୍କ ପ୍ରତି ଅଧିକ ଗୁରୁତ୍ୱ କୁ ବୁଝାଉଛି । ସୋସିଆଲ ମିଡିଆରେ ଏହି ବିଜ୍ଞାପନଟିର ତୀବ୍ର ପ୍ରତିବାଦ ପରେ କ୍ଷମା ମାଗିଲେ ହସ୍ପିଟାଲ ସିଇଓ । ଏହାପରେ ହସ୍ପିଟାଲ କତ୍ତୃପକ୍ଷ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *