Pratidin TV

Odisha's Digital News Platform

ସିନିୟର ଜୁନିୟର ଫରକ ଦେଖାଇ ପୋଲିସ କର୍ମୀଙ୍କୁ ହାତ ଉଠାଇଲେ ଓକିଲ…

1 min read

ହାଇକୋର୍ଟ ବାହାରେ ଚାଲିଲା ପୋଲିସ ଓ ଓକିଲଙ୍କ ହାଇଡ୍ରାମା । ପୋଲିସ କର୍ମୀଙ୍କୁ ଓକିଲଙ୍କ ର୍ଦୁବ୍ୟବହାର । ଚାପୁଡା ମାରିବି କହି ଉଠାଇଲେ ହାତ । ଖାଲି ସେତିକି ନୁହେଁ ବିଚ ରାସ୍ତାରେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌରେ । ସୂଚନା ମୁତାବିକ ଶୁକ୍ରବାର ଲକ୍ଷ୍ନୌ ହାଇକୋର୍ଟ ସମ୍ମୁଖରେ ଏହି ଘଟଣା ଘଟିଛି । କିଛି କଥାକୁ ନେଇ ପୋଲିସ କର୍ମୀଙ୍କ ଉପରେ ଫାୟାର ହୋଇଯାଇଥିଲେ ଓକିଲ ବାବୁ ଜଣକ । ଆଉ କଥା କଥାରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବଚସା । ନିଜର ରାଗ ନିୟନ୍ତ୍ରଣ ହରାଇ ପୋଲିସଙ୍କୁ ନାଲି ଆଖି ଦେଖାଇଥିଲେ ଓକିଲ ଜଣକ । ଆଉ କହିଥିଲେ ତୁମକୁ ସିନିୟର ଜୁନିୟର ମଧ୍ୟରେ ଫରକ ଜଣାନାହିଁ? ମୁଁ ତୁମକୁ ଚାପୁଡା ମାରିବି । ପରେ ପାଟିତୁଣ୍ଡ ଜୋରସୋର ହେବା ପରେ ଅନ୍ୟ ପୋଲିସ କର୍ମଚାରୀ ଆସି ଉଭୟଙ୍କୁ ବୁଝାସୂଝା କରିଥିଲେ । ଆଉ ପରେ ଓକିଲ ବାବୁ ଜଣକ ସେଠାରୁ କାର ଧରି ପଳାଇଥିଲେ । ତେବେ ଘଟଣା ସମ୍ପର୍କରେ ଏଡିସିପି ଇଷ୍ଟ ଜୋନ୍ ସୟଦ ଅଲି ଅବ୍ୱାସ କହିଛନ୍ତି ଯେ ଉଭୟ ପକ୍ଷ ଏହି ପ୍ରସଙ୍ଗରେ କୈାଣସି ଅଭିଯୋଗ ଦାଖଲ କରିନାହାଁନ୍ତି । ଯଦି ଉଭୟଙ୍କ ମଧ୍ୟରୁ କେହି ଏନେଇ ମାମଲା ରୁଜୁ କରନ୍ତି ତେବେ ଅଧିକ ଅନୁସନ୍ଧାନ କରାଯିବ ।

Advertisement

Leave a Reply

Your email address will not be published. Required fields are marked *