Pratidin TV

Odisha's Digital News Platform

ଦ୍ରୁତଗତିରେ ଆସି ଅଟୋ ଉପରେ ଚଢିଗଲା ହାଇୱା, ୫ ମୃତ

1 min read

ସୁନ୍ଦରଗଡ଼: ଦିନ ଦ୍ୱିପ୍ରହରେ ସୁନ୍ଦରଗଡ଼ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଦର ଥାନା ଅନ୍ତର୍ଗତ ତେଲେନଡିହି ଛକ ଠାରୁ ଅନତି ଦୂରରେ ଏକ ଅଟୋକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୨ଜଣ ବର୍ତ୍ତମାନ ଗୁରୁତର ଅଛନ୍ତି । ଗାଡିଧକ୍କା ହେବା ପରେ ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡ଼ିଛି । ଆଉ କେହି ଅଟୋ ତଳେ ଚାପି ହୋଇଥିବା ସନ୍ଦେହ କରି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ମେଡିକାଲରେ ଭର୍ତି କରାଯାଇଛି। ଭୋଜି କରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *