ନାଗାବଳୀରେ ଫସିଲେ ୨ ପର୍ଯ୍ୟଟକ
1 min readଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ନଦୀରେ ପାଣି ବଢିବା ସହ ଅନେକ ଜାଗାରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହିଭଳି ନାଗାବଳୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ । ରାୟଗଡାର ଝୁଲାପୋଲ ନିକଟରେ ହଠାତ୍ ପାଣି ଆସିବାରୁ ସେଠାରେ ଫସି ରହିଗଲେ ୨ ପର୍ଯ୍ୟଟକ ।
ତେବେ ସୂଚନା ମୁତାବକ ଯୁବକ ଦୁଇଜଣ କାଶିପୁର ଅଞ୍ଚଳର । ଦୁହେଁ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ଏଠାରେ ଫସିଯାଇଥିଲେ ।ତେବେ ନଦୀ ମଝିରେ ଥିବା ଏକ ପଥର ଉପରେ ଊଭୟ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି । ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାରୁ ବିପଦର ଆଶଙ୍କା କରାଯାଉଛି । ଏହା ସହ ମାଟି ଅତଡା ଗୁଡିକ ମଧ୍ୟ ଖସୁଥିବାର ସୂଚନା ମିଳୁଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି ଏହା ସହ ଲାଇଭ୍ ଜାକେଟ ଓ ରସି କୁ ପହଞ୍ଚାଇ ଦିଆଯାଇଛି ଫସିଥିବା ପର୍ଯ୍ୟଟକଙ୍କ ନିକଟରେ ।