Pratidin TV

Odisha's Digital News Platform

(ଭିଡିଓ) ଜେଲ ଭିତରେ ଆତଙ୍କବାଦୀ ବୁଖାରୀଙ୍କୁ ରୁଚୁନି ଭାତ, ମାଗୁଛନ୍ତି ଗରମ ଗରମ ରୁଟି..

1 min read

ଓଡ଼ିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କୀ ବୁଖାରୀକୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିଛି କ୍ରାଇମବ୍ରାଞ୍ଚ । ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଆବେଦନ କରିବ । ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍‌.ପି କହିଛନ୍ତି । ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି । ପାକିସ୍ତାନ ISIଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି । ଅନ୍ୟପଟେ ଜେଲରେ ଥିବା ବେଳେ ବୁଖାରୀ କୁଆଡେ ଭାରତ ନୁହେଁ ରୁଟି ଖାଇବାକୁ ମାଗୁଛି ।

କାଶ୍ମୀରରେ ପୂର୍ବରୁ ରୁଟି ଖାଉଥିଲି ଆଉ ଓଡିଶାରେ ବି ଶଶ୍ୱର ଘରେ ରୁଟି ହିଁ ଖାଏ । ମତେ ରୁଟି ଦିଅ ନହେଲେ ନିଦ ବଟିକା ଆଣିକି ଦିଅ ମୁଁ ଖାଇକି ଶୋଇବି । ରୁଟି ନଖାଇଲେ କୁଆଡେ ବୁଖାରିଙ୍କୁ ଜେଲ ଭିତରେ ନିଦ ଆସୁ ନି । ଇଶାନ ବୁଖାରିର ଗୋଟେ ଗୋଟେ ମୁଖା ଖୋଲିବା ପରେ ଏବେ ଜେଲ ଭିତରେ ବି ଆଡ୍ଡା ଜମାଇଛି ।

Advertisement

Leave a Reply

Your email address will not be published. Required fields are marked *