Pratidin TV

Odisha's Digital News Platform

ପ୍ରବଳ ବର୍ଷା ପାଇଁ ତାମିଲନାଡୁରେ ବନ୍ୟା ପରିସ୍ଥିତି, ଜଳମଗ୍ନ ହେଲା ୪ଜିଲ୍ଲା…

ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାଜ୍ୟର ଦକ୍ଷିଣ ୪ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଯୋଗୁଁ କନ୍ୟାକୁମାରୀ ସମେତ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜଳ ଘେରରେ ରହିଥିବା ୪ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯିବବା ସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ପ୍ରବଳ ବର୍ଷା ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏବଂ ବନ୍ୟା ପ୍ରଭାବିତ ୪ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ରାଜ୍ୟର ଆଞ୍ଚଳିକ ପାଣିପାଗ କେନ୍ଦ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଆଜି ଡିସେମ୍ବର ୧୮ ରେ ରାମନାଥପୁରମ୍ ଜିଲ୍ଲାର ଭେଲାମାଲ ଗ୍ରାମରେ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ଭେଲୁଚି ନାମକ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *