Pratidin TV

Odisha's Digital News Platform

ଶୀଘ୍ର କ୍ଲିୟର ହେବ IAS ପ୍ରିଲିମ୍ସ , ଫଲୋ କରନ୍ତୁ IAS /IFS ମାନଙ୍କର ଏହି ଖାସ ଟିପ୍ସ….

1 min read

ନୂଆଦିଲ୍ଲୀ ; ଭାରତୀୟ ପ୍ରଶାସନିକ ଅଧିକାରୀ ବା ଜଣେ ଓଇଝ ଅଧିକାରୀ ହେବାକୁ ଆଜିର ଯୁବପିଢୀ ଅନେକ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଏହାର କଠିନ ପରୀକ୍ଷାକୁ ପାର୍ କରି ଯିବା ସାତ ସମୁଦ୍ର ଏକା ଲଙ୍ଘିବା ସହ ସମାନ । କାରଣ ଯେତେବି ବ୍ଲିଲିଆଣ୍ଟ ଷ୍ଟୁଡେଣ୍ଟ ଣ୍ଟ ହେଉନା କାହିଁକି ଏହାକୁ କ୍ଲିଅର କରିବାକୁ ଧର୍ଯ୍ୟର ଆବଶ୍ୟକ ପଡିଥାଏ । କିଏ ଥରକରେ ଏହି ପରୀକ୍ଷାରେ ସଫଳତା ପାଇ ଯାଏତ ପୁଣି କିଏ ୪ ଥରରେ । କିନ୍ତୁ ସମସ୍ତଙ୍କ ପ୍ରସ୍ତୁତ ହେବା ପ୍ରଣାଳୀ ଭିନ୍ନ ଥାଏ । ଏହି ପ୍ରସ୍ତୁତି ସମୟରେ ଅନେକ ଛାତ୍ରଛାତ୍ରୀ ଡ୍ରିପ୍ରେସନର ଶୀକାର ହୋଇଥାନ୍ତି । ସଫଳତାକୁ ଶୀଘ୍ର ପାଇବା ଇଛା ଶକ୍ତି ଆଶାୟୀ ମାନଙ୍କୁ ମାନସିକ ଚାପରେ ପକାଇଥାଏ । କିନ୍ତୁ ଆଜି ଆମେ ଏଭଳି କିଛି ଟିପ୍ସ କହିବୁ ଯାହା ଆପଣଙ୍କୁ ଆପଣଙ୍କ ଲକ୍ଷ ହାସଲରେ ସହାର୍ଯ୍ୟ କରିବ । ଆଇଏଏସ ଏବଂ ଆଏଫ୍‌ଏସ୍ ଅଫିସର ମାନେ ଫଲୋ କରି ଯାଇଥିବା କିଛି ବିଶେଷ ଟିପ୍ସ ଆଜି ଆମେ ଆପଣଙ୍କୁ ଜଣାଇବୁ –
ଦେଶର ସବୁଠୁ କଠିନ ପରୀକ୍ଷା ଭିତରୁ ଗୋଟାଏ ୟୁପିଏସି । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଏହି ପରୀକ୍ଷା ଦେଇଥାନ୍ତି । ଆଉ ଏଥିରେ ସଫଳ ହେବାର ପ୍ରଥମ ପାହାଚ ପ୍ରିଲିମ୍ସ କ୍ଲିଅର କରିବା । ଆସନ୍ତା ବର୍ଷ ମେ ୨୪ ତାରିଖରେ ୟୁପିଏସି ପରୀକ୍ଷା ଆରମ୍ଭ ହେବ । ମେନ୍ସ ଓ ଇଣ୍ଟରଭ୍ୟୁ ପୂର୍ବରୁ ପ୍ରିଲିମ୍ସ ଆସିଥାଏ । ଯଦି ଆପଣ ବି ଏଥି ପ୍ରିଲିମ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ଟିପ୍ସ ଗୁଡିକୁ ନିଶ୍ଚୟ ଫଲୋ କରନ୍ତୁ ।

ଆପଣଙ୍କ ପ୍ରିପାରେସନ/ପ୍ରସ୍ତୁତ ପ୍ରଣାଳୀକୁ କିଛି ସହଜ ଓ ସରଳ କରାଇବା ପାଇଁ ଆଏଏସ୍ ଏବଂ ଆଏଫ୍‌ଏସଦ ଅଫିସର ମାନଙ୍କର କିଛି ଟିପ୍ସ ଏଠାରେ ସେୟାର କରୁଛୁ । ସବୁଠୁ ପ୍ରଥମେ ଅନିଶ୍ଚିତତା ବା ଅସଫଳତାର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । କାରଣ ପ୍ରଥମ ପ୍ରୟାସରେ ଯେ ଆପଣଙ୍କୁ ସଫଳତା ମିଳିଯିବ ତା ର କୌଣସି ସ୍ଥିରତା ନାହିଁ ।

ଆଏଫ୍‌ଏସ୍ ଅଫିସର ହିଂମାଶୁ ତ୍ୟାଗିଙ୍କ କହିବା ଅନୁଯାୟୀ ପରିବର୍ତ୍ତନ-ଅସଫଳତା-ପ୍ରଗତି । ଏହି ୩ଟି ଜିନିଷ ସର୍ବଦା ମନେରଖିବା ଉଚିତ୍ । ଅସଫଳତା ହିଁ ଆପଣଙ୍କୁ ପ୍ରଗତି ଆଡକୁ ମୁହାଁଇବ । ସଫଳତା ପାଇବାକୁ ହେଲେ ଅସଫଳତାର ସେଢି ଚଢିବାକୁ ପଡେ । କିନ୍ତୁ ଏହି ପରିସ୍ଥିତିରେ ନିଜ ଉପରେ ବିଶ୍ୱାସ ରଖିବା ଅତ୍ୟନ୍ତ ଗୁରୁତ୍ୱ ।

-ପ୍ରଥମେ ପ୍ରିଲିମ୍ସ କ୍ଲିଅର କରିବା ପାଇଁ କରେଣ୍ଟ ଆଫିୟର୍ସ ଉପରେ ନିଜର ଜ୍ଞାନ ବା ଦକ୍ଷତା ବୃଦ୍ଧି କରାନ୍ତୁ । ସବୁ କାର୍ଯ୍ୟକ୍ରମ ଆଉ ରାଜ୍ୟ ଦେôଶ ସବୁ ଛୋଟ ବଡ ଖବର ଉପରେ ତୁମର ନଜର ଥିବା ଆବଶ୍ୟକ ।

ସେହିଭଳି ଆଇଏଏସ୍ ସୃଷ୍ଟି ଦେଶମୁଖ ନିଜ ବ୍ଲଗ ପୋଷ୍ଟରେ କହିଛନ୍ତି କି ପ୍ରଶ୍ନରେ ପଚରାଯାଇଥିବା ପ୍ରକାର,ଶ୍ରେଣୀ ଆଉ ବିଭିନ୍ନତାକୁ ଅଲଗା ଅଲଗା କରି ବୁଝାଇ ଲେଖିବା ଆବଶ୍ୟକ । ପ୍ରିପାରେସନ ସମୟରେ ସବୁବେଳେ ପୂର୍ବବର୍ଷର ପ୍ରଶ୍ନ ଉତ୍ତର ପାଇଁ ନିଜକୁ ଅଧଘଣ୍ଟା/୩୦ ମିନିଟ୍ ଦିଅନ୍ତୁ । ଏହା ଦ୍ୱାରା ତୁମେ ଜାଣିପାରିବ ଯେ ୟୁପିଏସସିରେ କିଭଳି ପ୍ରଶ୍ନ ଉତ୍ତରର ସାମ୍ନା କରିବାକୁ ପଡିଥାଏ ।

-ଖାସ୍ କରି ଗତ ୭ ବର୍ଷ ପୁରୁଣ ପ୍ରଶ୍ୱପତ୍ର ଆପଣଙ୍କୁ ପ୍ରାକ୍ଟିସ୍ କରିବା ଆବଶ୍ୟକ । ଆଉ ଏହି ସମୟରରେ ସେସବୁ ଜିନିଷକୁ ନୋଟ୍ କର ଯାହା ଅନେକ ଥର ୭ ବର୍ଷର ପ୍ରଶ୍ନପତ୍ରରେ ଆସିଛି ।

IAS ହିଂମାଶୁ ତ୍ୟାଗୀ ଆଜିର ଯୁବପିଢୀଙ୍କୁ ଅଧିକ CSAT ଉପରେ ଧ୍ୟନ ଦେବାକୁ କହିଛନ୍ତି । ୟୁପିଏସିରେ ବର୍ତମାନ ଅଧିକ ଡରାଉଥିବା ବିଷୟ ଏହା ।ଯେଉଁଥିରେ ଆଇଆଇଟିୟନ୍ସ ମାନେ ବି ଫେଲ ମାରୁଛନ୍ତି ।

ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ହେଲା ଆପଣମାନଙ୍କୁ କୋଚିଂ ସେଣ୍ଟର କଣ ଦେଖାଉଛି ଆଉ କଣ ଶିଖାଉଛି ଆଉ କଣ ପ୍ରାକ୍ଟିସ୍ କରୁଛି ତାହା ଗୁରୁହ୍ୱପୂର୍ଣ୍ଣ ନୁହଁ ବରଂ ଆପଣ ପୁରୁଣା ପ୍ରଶ୍ନପତ୍ରଖୁ କେତେ ମାତ୍ରାରେ ପ୍ରାକ୍ଟିସ୍ କରିଛନ୍ତି ତାହା ବେଶି ଗୁରୁତ୍ୱ ।

Leave a Reply

Your email address will not be published. Required fields are marked *