Pratidin TV

Odisha's Digital News Platform

ଦାମୀ ପ୍ରଡକ୍ଟ ନୁହଁ , ଶୀତ ଦିନେ ତ୍ୱଚାରେ ଲଗାନ୍ତୁ ଘରୋଇ ଜିନିଷ ବିନା ଖର୍ଚ୍ଚରେ ଚମକିବ ଚେହେରା ….

1 min read

ଭୁବନେଶ୍ୱର ; ଶୀତ ଦିନେ ଶରୀର ଅଧିକ ଶୁଷ୍କ ହୋଇଯାଇଥାଏ । ବାୟୁର ଆଦ୍ରତା ଯୋଗୁ ଶରୀର ଫାଟିବା ଓ ମୁହଁ ଓଠ ଫାଟିଥାଏ । ତେଣୁ ଏହି ଶୀତଦିନେ ହିଁ ଶରୀରର ଅଧିକ ଜତ୍ନ ନେବା ଆବଶ୍ୟକ । ବାହାର କେମିକାଲ ବା ଦାମୀ ପ୍ରଡକ୍ଟ ଛଡା କିଛି ଏମିତି ଘରୋଇ ଜିନିଷ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁହଁ ଓ ଶରୀର ଚମକି ଉଠିଥାଏ । ଏହା ଛଡା ଆପଣଙ୍କ ଖାଦ୍ୟପେୟ ମଧ୍ୟ ଶରୀରରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ଖାଦ୍ୟପେୟରେ ଅନିୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କିନ୍ତୁ ଜାଣନ୍ତିକି ଆପଣ କେତେ ଗୁଡିଏ ଅତି ସାଧାରଣ ଘରୋଇ ତରିକରେ ବି ତ୍ୱଚା ସମସ୍ୟାରୁ ମୁକ୍ତି ପାଇପାରିବେ ।

ଅଦା ରସ
ଏକ୍ସପର୍ଟଙ୍କ ଅନୁସାରେ, ପ୍ରତିଦିନ ୧ ରୁ ୨ ଚାମଚ ଅଦା ରସ ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ । ସ୍କିନରେ ଚମକ ଆସିଥାଏ । ଦାଗ ବ୍ରଣ ଇନଫେକ୍ସନ ସମସ୍ୟା ଦୂର ହେବ । ଅଧା ଚାମଚ କ୍ଷୀରରେ ଅଳ୍ପ ଲେମ୍ବୁ ରସ ମିଶାଇ ଚେହେରାରେ ମାଲିସ କରନ୍ତୁ । ଦେଖିବେ ଚେହେରାରେ ଏକ ଚମକ ଆସିବ ।

Advertisement

-ଏହା ଛଡା ଅଦା ରସକୁ ଚୁଟି ମୂଳରେ ମାଲିସ କରି କିଛି ସମୟ ରଖିବା ପରେ ସାମ୍ପୁ କରିବା ଦ୍ୱାରା ମଧ୍ୟ ଚୁଟି ମୂଳ ମଜବୁତ ହେବା ସହ ଝଡିବା ସମସ୍ୟ ଦୂର ହୋଇଥାଏ ।
ଦେଶୀ ଘିଅ ଲଗାନ୍ତୁ

ପ୍ରତିଦିନ ଚେହେରାରେ / ଓଠରେ ଦେଶୀ ଘିଅ ମାଲିସ କରନ୍ତୁ । ଏହା ଦ୍ୱାରା ସ୍କିନ ମୁଲାୟମ ହେବା ସହିତ ଦାଗ ସମସ୍ୟା ବି ଦୂର ହେବ ।

ଶୋଇବା ପୂର୍ବରୁ ଲଗାନ୍ତୁ ହଳଦୀ-କ୍ଷୀର ପ୍ୟାକ
ଶୋଇବା ପୂର୍ବରୁ ୨ ଚାମଚ କ୍ଷୀରରେ ଗୋଟେ ଚୁଟକୀ ହଳଦୀ ମିଶାଇ ଚେହେରାରେ ଧୀରେ ଧୀରେ ମାଲିସ କରନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି କଲେ ତ୍ୱଚାରୁ ବ୍ରଣ ଜନିତ ସମସ୍ୟା ଆଦି ଦୂର ହେବ ।

ମେଥି ଦାନା ପେଷ୍ଟ
ମେଥି ଦାନାର ଏକ ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡର ସ୍କାଲ୍ପ ରେ ମାଲିସ କରନ୍ତୁ । ଏମିତି କରିବାର ୩୦ ମିନିଟ ପରେ ଧୋଇନେବେ । ସପ୍ତାହକୁ ଦୁଇ ରୁ ତିନି ଥର ଏପରି କଲେ କେଶ ମଜବୁତ ହେବା ସହ ଲମ୍ବା, ଘନ ତଥା ଚମକଦାର ହେବ ।

ଅଏଲି ସ୍କିଂନ ପାଇଁ ପ୍ୟାକ
ଗୋଟେ ଚୁଟକୀ ହଳଦୀ ପାଉଡର, ଅଧା ଚାମଚ ଲେମ୍ବୁ ରସ, ଗୋଟେ ଛୋଟ ଚାମଚ ମହୁ ମିଶାଇ ଚେହେରାରେ ୧୦ ମିନିଟ ପାଇଁ ମାଲିସ କରନ୍ତୁ । ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏମିତି କରନ୍ତୁ । ଏହି ପ୍ୟାକ ତ୍ୱଚାରୁ ଅତ୍ୟଧିକ ତେଲିଆ ପଣକୁ ଦୂର କରିଦେବ ।

Leave a Reply

Your email address will not be published. Required fields are marked *