ପୋଲତଳୁ ଉଦ୍ଧାର ହେଲା ଅପହୃତା ଶିଶୁକନ୍ୟା ପିହୁ , ଟ୍ୟୁସନରୁ ଫେରିବା ବାଟରେ ହୋଇଥିଲା କିଡନାପ୍ ….
1 min readଦେବଗଡ ; ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର । ଗତକାଲି ନିଜ ଜେଜେ ମା ସହ ଟ୍ୟୁସନରୁ ଫେରିବା ବାଟରେ ୨ ଜଣ ଦୁବୁର୍ତ୍ତ ୬ ବର୍ଷର ଶିଶୁକନ୍ୟା ପିହୁକୁ ଉଠାଇନେଇଥିଲେ । ତେବେ ଆଜି ସକାଳେ ଅର୍ଥାତ୍ ସୋମବାର ଭୋର ୪ଟା ସମୟରେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ଜଣେ ମହିଳା ଉଦ୍ଧାର ଉଦ୍ଧାର କରିଥିଲେ । ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଶିଶୁଟି କାନ୍ଦୁଥିବା ଦେଖି ତାକୁ ଉଦ୍ଧାର କରିଥିଲେ । ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣି ଦେବଗଡ଼ ପୁଲିସକୁ ଖଵର ଦେଇଥିଲେ ।
ତେବେ ଉଦ୍ଧାର ହୋଇଥିବା ପିହୁଙ୍କ ବାପା ଜଣେ କପଡା ବ୍ୟବସାୟୀ । ପୌରାଂଚଳ ମାର୍କେଟ୍ ଛକରେ ଥିବା ଭାଇ ଭାଇ ଦୋକାନ ର ମାଲିକ ହେଉଛନ୍ତି ପିହୁଙ୍କ ବାପା ।
ଘଟଣାଟି ଏମିତି କି ଗତକାଲି ଝିଅଟି ଟ୍ୟୁସନରୁ ଜେଜେ ମା ସହ ଘରକୁ ଫେରୁଥିଲା। ଏହି ସମୟରେ କଳା ପଲର୍ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜେଜେ ମା କୁ ଧକ୍କା ମାରି ତାକୁ ଉଠାଇ ନେଇଥିଲେ। ପରିବାରେ ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା।
ତେବେ ଗତକାଲି ଶିଶୁକନ୍ୟାଟିକୁ ଅପହରଣ କରି ଆଜି ପୋଲ ତଳେ ଛାଡିଯିବା ପଛରେ ଦୁବୁର୍ତ୍ତ ମାନଙ୍କର କେଉଁ ଉଦେଶ୍ୟ ରହିଥାଇପାରେ ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଦେବଗଡ଼ ପୋଲିସ ଓ ବଡ଼ଗାଁ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । କିନ୍ତୁ ଶିଶୁଟି ଭୟରେ କିଛି କହି ପାରୁନାହିଁ ।