Pratidin TV

Odisha's Digital News Platform

ଖୋଲିଲା ହୀରାକୁଦ ଜଳ ଭଣ୍ଡାର : ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ଭୁବନେଶ୍ୱର : ଖୋଲିଲା ଗେଟ୍ , ତେବେ ହୀରାକୁଦରୁ ଛଡାଗଲା ଏ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା ।ପ୍ରଥମେ ୭ ନଂ ଗେଟ ଖୋଜିବ ପଛରେ ଏକ ଧାର୍ମିକ କାରଣ ରହିଛି । କାରଣ ଗେଟ ଖୋଲିବା ପୂର୍ବରୁ ପଥମେ ପୂଜାର୍ଚ୍ଚନା କରାଯାଏ ଓ ୭ କୁ ପୂର୍ବରୀତି ଅନୁଯାୟୀ ସୁଭ ମନାଯାଇ ଆରମ୍ଭ କରାଯାଏ ଏହି ପ୍ରକ୍ରିୟା ।

ତେବେ ଆଜି ଦିନ ପ୍ରାୟ ୧୧ ଟାରୁ ଆରମ୍ଭ ହୋଇଯାଇଥିଲା ଏହି ପ୍ରକିୟା । ପରେ ଦ୍ୱିତୀୟ ଗେଟ୍ ଖୋଲାଯାଇଥିଲା । ଏହାସହ ୫ ଟି ଗେଟ କ୍ରମ ଅନୁସାରେ ଖୋଲାଯାଇଛି ।ପାଖାପାଖି ୭୫ ଜହାର ଘନଫୁଟର ଜଳ ନିଷ୍କାସନ କରାଯିବା ।ପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୩.୧୫ଫୁଟ ରହିଛି ସେଥିପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦ୍ୱାରା ସାଇରନ ସହ ସତର୍କ ରହିବା ପାଇଁ ସୂଚିତ କରାଯାଉଛି ।

Leave a Reply

Your email address will not be published. Required fields are marked *