Pratidin TV

Odisha's Digital News Platform

ବିଶ୍ୱକପରେ ଚମତ୍କାର ବୋଲିଂ ପାଇଁ ଜାନୁଆରୀ ୯ରେ ମହମ୍ମଦ ଶାମିଙ୍କୁ ମିଳିବ ଅର୍ଜ୍ଜୁନ ପୁରସ୍କାର

1 min read

ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଘୋଷଣା ହୋଇଛି ଖେଳାଳିଙ୍କ ନାଁ । ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମି ପାଇବେ ଅର୍ଜୁନ ପୁରସ୍କାର । ତାଙ୍କ ବ୍ୟତୀତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ ।୨୦୨୩ ବିଶ୍ୱକପରେ ତାଙ୍କର ଚମତ୍କାର ଅଭିଯାନ କରିବା ସହ ମହମ୍ମଦ ଶାମି ବିଭିନ୍ନ ରେକର୍ଡ ଭାଙ୍ଗିଥିଲେ । ତେବେ ଏହି ଦ୍ରୁତ ବୋଲରଙ୍କୁ ବର୍ତ୍ତମାନ ଭାରତର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ମନୋନୀତ କରାଯାଇଛି । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ । ଆସନ୍ତା ଜାନୁଆରୀ ୯ରେ ଏହି ସମ୍ମାନ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସମସ୍ତ ଖେଳାଳି ରାଷ୍ଟ୍ରପତିଙ୍କ ହାତକୁ ସମ୍ମାନ ଗ୍ରହଣ କରିବେ । ବ୍ୟାଡମିଣ୍ଟନ କୋର୍ଟରେ କମାଲ କରିଥିବା ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ଖେଳ ରତ୍ନ ଦିଆଯିବ । ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଭାରତର ସର୍ବୋଚ୍ଚ ଖେଳ ସମ୍ମାନ ଅଟେ । କେନ୍ଦ୍ର ସରକାର ଯୁବ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହି ସମ୍ମାନ ଦିଆଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *