Pratidin TV

Odisha's Digital News Platform

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ , ଏକକାଳୀନ ୮ଟି ସ୍ଥାନରେ ଚଢାଉ …..

1 min read

ଭୁବନେଶ୍ୱର ; ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ରହିଛି । ଏକକାଳୀନ ଭୁବନେଶ୍ୱର ଏବଂ ଗଞ୍ଜାମର ୮ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସମୁଦାୟ ୮ ଟି ସ୍ଥାନରେ ଏକକାଳୀନ ଜାରି ରହିଛି ଚଢାଉ । ଘରୁ ଓ କାର୍ଯ୍ୟାଳୟ ରୁ ପୂଳା ପୂଳା ଟଙ୍କା ଓ ସୁନା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ରେଡ୍ ଚାଲିଛି ।

Advertisement

ପ୍ରଶାନ୍ତଙ୍କର ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ ଗୋଟିଏ ଆପାଣ୍ଟମେଣ୍ଟ ଥିବା ବେଳେ ବ୍ରହ୍ମପୁରରେ ଗୋଟିଏ ଆପାଣ୍ଟମେଣ୍ଟ ଥିବା ଜଣାଯାଇଛି।  ସେହିପରି ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡ଼ିଛି। 

ଏଡି ଚଢ଼ାଉରେ ଭିଜିଲାନ୍ସର ୮ଜଣ  ଡିଏସପି, ୫ଜଣ ଇନ୍ସପେକ୍ଟର ଓ  ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *