Pratidin TV

Odisha's Digital News Platform

ବଡଦାଣ୍ଡରେ ଜଳିଲା ୩ ଜୁଈ , ଗୋଟେ ଦିନରେ ଗାଁରୁ ଗଲା ୩ ମୁଣ୍ଡ …..

1 min read

କେନ୍ଦ୍ରାପଡ଼ା ; ଗୋଟେ ଦିନରୁ ଗାଁରୁ ଗଲା ୩ ମୁଣ୍ଡ । ବଡଦାଣ୍ଡରେ ଜଳିଲା ୩ ଜୁଈ । ରାଜନଗର ବଡଦାଣ୍ଡର ୩ ନମ୍ବର ୱାର୍ଡରେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୫୦ ମିଟର ଅବଧି ମଧ୍ୟରେ ଏମିତି ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ଦେଖାଦେଇଛି । ଶବ୍ଧ ହୋଇପଡିଛି ବଡଦାଣ୍ଡ ଶଶ୍ମାନ ।

ଘଟଣାରୁ ପ୍ରକାଶ ଯେ ସ୍ବର୍ଗତ ଆକୁଳି ମହାରଣାଙ୍କ ପତ୍ନୀ ମଇଁ ମହାରଣା ଗୋଟେ ସପ୍ତାହ ପୂର୍ବେ ନିଜ ବାପଘର ଆଳି ବ୍ଲକ ଠାକୁରସାହିକୁ ବୁଲିବାକୁ ଯାଇଥିଲେ । ସେଠାରେ ସୋମବାର ଅପରାହ୍ନର ୪ ଘଟିକାରେ ହୃଦଘାତ ଯୋଗୁଁ ସେଠାରେ ମୃତ୍ୟୁବରଣ କରିଥିଲେ । ଠାକୁର ସାହିରୁ ରାଜନଗରକୁ ଅଣାଯାଇଥିଲା ଏବଂ ତାଙ୍କ ମୃତ ଦେହ ବଡଦାଣ୍ଡର ଲାଞ୍ଜୁଡାମୁଣ୍ଡ ଗାଁ ମସାଣିରେ ଶେଷକୃତ କାଯ୍ୟ ଚାଲୁଥିବା ସମୟରେ ସେହିପରି ପୁଣି ଏକ ବ୍ୟକ୍ତି ବଡଦାଣ୍ଡର ଦୋଳଗୋବିନ୍ଦ ସାହୁ ହୃଦରୋଗ ଶିକାର ହୋଇ କଟକ ଯାଇଥିଲେ ସେଠାରୁ ରାତି ୯ ଘଟିକା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଏବଂ ଉଭୟଙ୍କ ମୃତ ଦେହ ଗାଁ ମସାଣିରେ ସତ୍କାର ନ ସରୁଣୁ ମାତ୍ର ୫୦ ମିଟର ଅବଧି ମଧ୍ୟ୍ୟରେ ବଡ଼ଦାଣ୍ଡର ବେଣୁଧର ଦାସଙ୍କ ପତ୍ନୀ ବାସନ୍ତୀଙ୍କର ମୃତ୍ୟୁ ହୋଇଯାଇଛି । ଏହି ୩ ଜଣଙ୍କର ମୃତଦେହ ଲାଞ୍ଜୁଡାମୁଣ୍ଡ ଗାଁ ମସାଣିରେ ସତ୍କାର କରାଯାଇଥିଲା ।

Advertisement

ହଠାତ ଘଟିଥିବାରୁ ଏମିତି ୩ ଜଣଙ୍କର ମୃତ୍ୟୁ ଘଟିଥିବାରୁ ବଡଦାଣ୍ଡରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଶୋକସନ୍ତପ୍ତ ପରିବାରଙ୍କ ପାଖରେ ପହଂଚି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *