Pratidin TV

Odisha's Digital News Platform

ନ୍ୟାୟ ମିଳିଳା ୧୦ ବର୍ଷତଳର ମୃତକଙ୍କୁ : ୩୦ ହଜାର ଜୋରିମାନା ସହ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର :୧୦ ବର୍ଷ ତଳର ବିର୍ଭତ୍ସ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ମିଳିଲା ଉପଯୁକ୍ତ ଦଣ୍ଡ । ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଥାନା ଗଳାଜିପୁୁରରେ ୨୦୧୨ସେପ୍ଟେମ୍ବର ମାସ ୧୨ତାରିଖ ଦିନ ସରକାରୀ ଜମିର ଚାକୁଣ୍ଡା ଗଛ କଟାକୁ କେନ୍ଦ୍ର କରି ଘଟିଥିଲା ଏହି ହୃଦୟ ବିଦାରକ ଘଡଣାଟି । ସୂଚନା ମୁତାବକ ପାଖାପଖି ୨୦ ଜଣ ସାମିଲ ଥିଲେ ଏହି ହତ୍ୟାକାଣ୍ଡରେ ।

ମାନସ ବଳିୟାର ସିଂ ନାମକ ଜନୈକ ବ୍ୟକ୍ତିଙ୍କୁ କରାଯାଇଥିଲା ହତ୍ୟା । ଏନେଇ ଦୀର୍ଘ ୧୦ ବର୍ଷ ଧରି କେସ୍ ଟି ଚାଲିଥିବା ବେଳେ ଆଜି ତାର ଶେଷ ଶୁଣାଣି ହୋଇଛି । ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେଙ୍କ ଦ୍ୱାରା ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ,ପ୍ରତ୍ୟେକଙ୍କୁ ୩୦ ହଜାର ଲେଖାଏଁ ଜୋରିମାନା ଦଣ୍ଡାଦେଶ ଶୁଣାନୀ ହୋଇଛି ।

Leave a Reply

Your email address will not be published. Required fields are marked *